News
WhatsApp Image 2023-10-04 at 17.25.00
samparksetu

ଖବର ବାଜିଲା ରାସ୍ତା ଫିଟିଲା, ଖବର ପ୍ରସାରଣ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ କର୍ତ୍ତୃପକ୍ଷ

ନା ଥିଲା ପକ୍କା ରାସ୍ତା ନା ଡ୍ରେନ ବ୍ୟବସ୍ଥା, ବର୍ଷା ହେଲେ ରାସ୍ତାଉପରେ ଚାଲୁଥିଲା ପାଣି । କାଦୁଅ ହେତୁ ଯାତାୟାତ ପ୍ରାୟ ଠପ୍ ହୋଇପଡିଥିଲା । ଅନ୍ୟପଟେ ବେଳେବଳେ ଘର ଅଗଣା ଭିତରେ ପଶୁଥିଲା ପାଣି । ଏଭଳି ଅଭିଯୋଗ ଆଣିଥିଲେ ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ୧ ନମ୍ବର ୱାର୍ଡ ର ବାସିନ୍ଦା ।

ତେବେ ଏନେଇ ଖବର ପ୍ରସାରଣ ସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଗୋଚର କରିଥିଲା ଢେଙ୍କାନାଳ ଅପଡେଟ୍ । ଖବର ପ୍ରସାରଣ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ କର୍ତ୍ତୃପକ୍ଷ ଏବଂ ଆରମ୍ଭ ହୋଇଛି ରାସ୍ତା କାମ । ତେବେ ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଅହେତୁକ ଖୁସି ଦେଖାଦେଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଢେଙ୍କାନାଳ ଅପଡେଟ୍ କୁ ଧବ୍ୟବାଦ ଜ୍ଞାପନ କରିଛନ୍ତି ।

new life
You might also like
error: Content is protected !!