News
WhatsApp Image 2023-10-04 at 17.25.00
samparksetu

ଆଜିଠାରୁ ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ଜାତୀୟ ସଡ଼କ ସୁରକ୍ଷା ମାସ

ଚଳିତ ବର୍ଷ ସଡ଼କ ସୁରକ୍ଷା ସପ୍ତାହ ନୁହଁ, ପାଳନ ହେବ ସଡ଼କ ସୁରକ୍ଷା ମାସ । ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ସେହିପରି ହେଲମେଟ ପିନ୍ଧିନଥିବା ବାଇକ୍ ଚାଳକଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରାଇଛନ୍ତି ।

ବଢୁଥିବା ଦୁର୍ଘଟଣା କୁ ଦେଖି ସଡ଼କ ସୁରକ୍ଷା ମାସରେ ବିଶେଷ କରି ଯୁବ ପୀଢ଼ିଙ୍କୁ ଅଧିକ ସଚେତନ କରାଯିବାର ଲକ୍ଷ ରହିଛି ।

ତେବେ ଦେଶରେ ନୂଆ ମୋଟର ଯାନ ଆଇନ ଆସିବା ପରଠାରୁ ୨୦୨୦ରେ ଢେଙ୍କାନାଳ ଜିଲ୍ଲାରେ ଦୁର୍ଘଟଣା ବହୁ ପ୍ରତିଶତ ହ୍ରାସ ପାଇଛି । ଲକଡାଉନ ସମୟରେ ବହୁ ମାତ୍ରାରେ କମିଥିବା ବେଳେ ଅନଲ୍‌କ ପରେ ଉପର ମୁହାଁ ହୋଇଛି ଗ୍ରାଫ ।

ତେବେ ଦୀର୍ଘ ଏକ ମାସ ଧରି ଚାଲିବ ଏହି ସଚେତନା କାର୍ଯ୍ୟକ୍ରମ ।

new life
You might also like
error: Content is protected !!