News
WhatsApp Image 2023-10-04 at 17.25.00
samparksetu

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ୍

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ସରଦେଇପୁର ଗ୍ରାମର ବାସିନ୍ଦା ପ୍ରମୋଦ ଶତପଥୀ । ପ୍ରମୋଦଙ୍କ ପୁଅ ବାହାଘର ଠିକ ହୋଇଥିବାରୁ ତାଙ୍କ ଘରେ ସୁନା ଏବଂ ଲକ୍ଷାଧିକ ଟଙ୍କା ରଖିଥିଲେ । ହେଲେ ଗତକାଲି ରାତିରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ କିଛି ଦୁର୍ବୃତ୍ତ ଘରୁ ସବୁ କିଛି ଲୁଟି ନେଇଛନ୍ତି ।

ଦୁର୍ବୃତ୍ତ ମାନେ ପ୍ରମୋଦଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଭୟଭୀତ କରାଇ ଏକ କୋଠରିରେ ଭର୍ତ୍ତି କରି ବାହାରୁ ତାଲା ପକାଇ ଦେଇଥିଲେ । ପରେପରେ ଘରେ ଥିବା ଟଙ୍କା ଏବଂ ସୁନାଗହଣା ଲୁଟିନେଇଥିଲେ । ତେବେ ଏନେଇ କାମାକ୍ଷାନଗର ଥାନାରେ ଏତଲା ହେବା ପୋଲିସ ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!