News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଲକ୍ଷ୍ମୀପୂଜା ନିମନ୍ତେ ଜାରି ହେଲା ରୁଟଚାର୍ଟ, ଜାଣନ୍ତୁ କେଉଁ ରାସ୍ତା ଦେଇ କରିବେ ଯାତାୟାତ

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା । ଯିଏ ଯେଉଁଠାରେ ଥାନ୍ତୁ ନା କାହିଁକି ପୂଜା ଆରମ୍ଭ ହେଲେ ଢେଙ୍କାନାଳ ବାସୀ ପୂଜା ବୁଲିବାକୁ ଢେଙ୍କାନାଳ ରେ ପହଁଚି ଥାଆନ୍ତି । କେବଳ ସେତିକି ନୁହେଁ ଢେଙ୍କାନାଳ ଉପକଣ୍ଠ ଜିଲ୍ଲା କଟକ, ଅନୁଗୁଳ , ଯାଜପୁର ଭଳି ଅନ୍ୟ କିଛି ଜିଲ୍ଲାବାସୀ ମଧ୍ୟ ସନ୍ଧ୍ୟା ରେ ପହଁଚି ଯାଇଥାନ୍ତି। ସନ୍ଧ୍ୟା ରେ ଜମିଥାଏ ନାହିଁ ନଥିବା ଭିଡ଼, ପୂଜାରେ ଟ୍ରାଫିକ୍ ପରିଚାଳନା ପୋଲିସ ପ୍ରଶାସନ ନିମନ୍ତେ ଏକ ବଡ ଆହ୍ୱାନ ପାଲଟିଥାଏ । ତେଣୁ ଟ୍ରାଫିକକୁ ବ୍ୟବସ୍ଥିତ କରିବାକୁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ସହର ଭିତରେ ବସ, ଟ୍ରକ ଭାରିଯାନକୁ ନିଷିଦ୍ଧ କରାଯାଇଛି । ଅପରାହ୍ନ ୪ଟାରୁ ୧୨ଟା ପର୍ଯ୍ୟନ୍ତ ପିକ୍ ଟାଇମ ଭାବେ ଗ୍ରହଣ କରାଯାଇଛି ।


ବସ ଚଳାଚଳ ପାଇଁ ମଧ୍ୟ ରୁଟ୍ ପ୍ରସ୍ତୁତ ହୋଇଛି । ଅନୁଗୁଳରୁ ଢେଙ୍କାନାଳ ହୋଇ କଟକ ଯାଉଥିବା ବସ୍ ସହର ଭିତରେ ପ୍ରବେଶ କରିବ ନାହିଁ, ଏନଏଚରେ ଆସି କଲେଜ ବାଇପାସରୁ ବସଷ୍ଟାଣ୍ଡକୁ ଆସିବ ଏବଂ ପୁଣି ସେହି ରାସ୍ତାରେ ଫେରିବ । ସେହିପରି କଟକରୁ ଅନୁଗୁଳ ଆସୁଥିବା ବସ କଲେଜ ବାଇପାସ ଦେଇ ବସଷ୍ଟାଣ୍ଡକୁ ଆସିବା ସହ ପୁଣି କଲେଜ ବାଇପାସ ହୋଇ ଏନଏଚରେ ଯିବ ।

ସେହିପରି ଅନ୍ତଃ ଜିଲ୍ଲା ବସ୍ ଯେପରିକି ବଣସିଙ୍ଗ, ଯୋରନ୍ଦା, ଗଁଦିଆ ଆଡୁ ଆସୁଥିବା ବସ୍ ମଧ୍ୟ ସହର ଭିତରେ ନଆସି ବାଜିଚୌକ ଓଭରବ୍ରଜରୁ ରେଲୱେ ରୋଡରେ ଆସି ଷ୍ଟେସନ ଛକ, କୋରିଆଁ ବାଇପାସରୁ ଏନଏଚରେ ଆସି କଲେଜ ବାଇପାସରୁ ବସଷ୍ଟାଣ୍ଡକୁ ଆସିବ । ଶଙ୍କରପୁର ଆସୁଥିବା ବସ ମଧ୍ୟ କଲେଜ ବାଇପାସରୁ ବସଷ୍ଟାଣ୍ଡକୁ ଆସିବ । ୩ଟା ପରେ କୌଣସି ଗାଡି ଭିତରକୁ ନଆସି ବାଇପାସରେ ହିଁ ଚଳାଚଳ କରିବ । ସେହିପରି ଚାରିଚକିଆ ଯାନ ପାଇଁ ବିଭିନ୍ନ ରୁଟ୍ ସ୍ଥିର ହୋଇଛି, ତେବେ ଭିଡକୁ ଦେଖି ଏଥିରେ ପରିବର୍ତ୍ତନ କରାଯାଇପାରେ । ଟ୍ରାଫିକ୍ ପରିଚାଳନାରେ ଲୋକଙ୍କ ସହେଯାଗ ଅତି ଗୁରୁତ୍ୱ ପୂର୍ଣ୍ଣ ତାହା ମିଳିଲେ ଟ୍ରାଫିକ୍ ସମସ୍ୟା ରହିବ ନାହିଁ ବୋଲି ଆରକ୍ଷୀ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ମହାପାତ୍ର ଜିଲ୍ଲା ବାସୀଙ୍କ ସହଯୋଗ କାମନା କରିଛନ୍ତି ।

new life
You might also like
error: Content is protected !!