News
WhatsApp Image 2023-10-04 at 17.25.00
samparksetu

ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ରଞ୍ଜା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବାର୍ଷିକ ବିଜ୍ଞାନ, ଗଣିତ ଓ ହସ୍ତକର୍ମ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ମହାବିଦ୍ୟାଳୟ ପ୍ରଜ୍ଞା ବିହାର ବିହାର, ସିମିନଇ, ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସଣ୍ଢ ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ମନୋରଞ୍ଜନ ଦାଶ ଓ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ(CRCC), ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅକ୍ଷୟ କୁମାର ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳ ପୂର୍ବକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।

ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସରୋଜ କୁମାର ସାସମଲ, ବିଶ୍ଵଜିତ ପ୍ରଧାନ, ସୋନାଲି ବେହେରା ଓ କଳା ଶିକ୍ଷକ ପ୍ରମୋଦ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ମୋଟ ୫୩ ଟି ବିଜ୍ଞାନ ପ୍ରକଳ୍ପ ଓ ୫୦ ଟି ହସ୍ତକର୍ମ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ବିଦ୍ୟାଳୟର ଅଧ୍ୟକ୍ଷ ଅନିଲ କୁମାର ନାୟକ, ନିର୍ଦ୍ଦେଶକ ସରୋଜକାନ୍ତ ଦାଶ ଓ ପରିଚାଳକ ନେତ୍ରଜ୍ୟୋତି ମହାନ୍ତିଙ୍କ ପ୍ରେରଣା ଓ ପ୍ରୋତ୍ସାହନ, ଅଭିଭାବକ ମାନଙ୍କ ସହଯୋଗ ଲାଭକରି ପ୍ରଦର୍ଶିତ ପ୍ରକଳ୍ପ ଗୁଡିକ ମଧ୍ୟରୁ ଶ୍ରେୟାଶ୍ରୀ ନାୟକ ଓ ଆଦ୍ୟାଶା ସେଠି ଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ, ଆର୍ଯ୍ୟସ୍ମିତା ସ୍ୱାଇଁ ଓ ଶ୍ୟାମସୁନ୍ଦର ସାହୁ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିବା ପାଇଁ ବିଚାରକ ମଣ୍ଡଳୀ ଙ୍କ ଦ୍ଵାରା ବିବେଚିତ ହୋଇଥିଲେ।

ବିଦ୍ୟାଳୟ ର ସହକାରୀ ଶିକ୍ଷକ ନେତ୍ରାନନ୍ଦ ଶତପଥୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପରେଶ କୁମାର ଦଳେଇ, ଶିକ୍ଷୟତ୍ରୀ ସୁଶ୍ରୀ ସସ୍ମିତା ଶତପଥୀ, ପୁଷ୍ପଲତା ସାହୁ, ସୁନିତା ସ୍ୱାଇଁ, ମମାଲୀ ସେଠି, ସରିତା ବଳ, ସୁଚିତ୍ରା ନାୟକ, ହରପ୍ରିୟା ବେହେରା, କର୍ମଚାରୀ ପିଣ୍ଟୁ ପ୍ରଧାନ, ଭୁବନେଶ୍ଵରୀ ପରିଡା, ଜିତେନ୍ଦ୍ର ବେହେରା, ମମତା ବେହେରା, ସଂଯୁକ୍ତା ବେହେରା ଙ୍କ ସକ୍ରିୟ ସହଯୋଗ ପାଇଁ ଆୟୋଜିତ ପ୍ରଦର୍ଶନୀର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।

ନିକଟତମ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଅଭିଭାବକ ବୃନ୍ଦ ପ୍ରଦର୍ଶନୀ ବୁଲି ଦେଖିବାର ସୁଯୋଗ ପାଇ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ଛାତ୍ରଛାତ୍ରୀମାନେ ପ୍ରକଳ୍ପ ଗୁଡିକ ଦେଖି କୌତୁହଳ ପ୍ରକାଶ କରିଥିଲେ ଏବଂ ଅଭିଭାବକ ବୃନ୍ଦ ପ୍ରଦର୍ଶନୀ ରେ ବୁଲି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରୁଥିବାର ଜଣାଯାଇଥିଲା।

new life
You might also like
error: Content is protected !!