News
WhatsApp Image 2023-10-04 at 17.25.00
samparksetu

ବାଡ଼ୁଅ ସାବିତ୍ରୀ ବିଧାନ

ଶୁଣ ସୁଜନେ ଦେଇ ମନ……!
      ବାଡ଼ୁଅ ସାବିତ୍ରୀ ଆଖ୍ୟାନ
କେମିତି କରିବ ଏ ବ୍ରତ
      ହୋଇବ ନିଶ୍ଚେ ଫଳ ପ୍ରଦ…..!!

ଏ ପୂଜା ସରଳ ବିଧାନ……!
     ବୁଝେଇ ଅଛି ଅବଧାନ
ପଢିବ ଦେଇ କରି ମନ
    ତେବେ ହୋଇବ ସତ୍ୟବାନ……!!

ପେମି ଯୁଗଳ ଅଛ ଜେତେ……!
   ସକାଳୁ ଉଠିବ ନିଶ୍ଚିନ୍ତେ
ଅଗାଧୁଆ ଜେତେ ଥିବ
   ତୁରନ୍ତ ଯାଇ ଗାଧେଇବ……!!

ହାତରେ ଧରି ମୋବାଇଲ…….!
  କରିବ ଭିଡିଓ କଅଲ
ନିରଳା ଜାଗାକୁ ଡ଼ାକିବ
   ଲୁଚିକି ମୁଣ୍ଡିଆ ମରିବ……!!

ମିଛ ଟିକେ ଘରେ କହି……!
  ବାହାରିବ ବୁଲିବା ପାଇଁ
ଲସି ଦୋକାନେ ଅଟକିବ
   ସେଇଠି ପେଟ ଥଣ୍ଡା ହେବ…….!!

ଖୁସିରେ ଦିନ ଯିବ ବିତି…..!
   ତୃପତ ହୋଇବେ ସାବିତ୍ରୀ
ମାଗିବେ ନାହିଁ ଶାଢ଼ୀ ଶଙ୍ଖା
  ମନରେ ନଥିବଟି ଦକା……!!

ଖରଚ ହେବନାହିଁ ଧନ……!
  ଖୁସିବି ହେବେ ସତ୍ୟ ବାନ
ଯମକୁ ଧର୍ମେ ଭାଇ କରି
   ଭଉଣୀ ହେବ ତାହାଙ୍କରି……!!

ପଡିବ ବିଷମ ସମସ୍ୟା……!
  ଯମ ବି ହେବ ଲୋକ ହସା
ନହେଲେ ମିଡ଼ିଆ ଡ଼ାକିବ
   ଯମଙ୍କୁ ପାଣି ପିଆଇବ……!!

ଆପେସେ ଦେବ ବରଦାନ…..!
  ଏ ବ୍ରତ ହୋଇବ ସମ୍ପୂର୍ଣ୍ଣ
ବିନା ଚିନ୍ତାରେ ଏହି ବ୍ରତ
  ବାଡ଼ୁଏ ପାଳିବ ନିଶ୍ଚିନ୍ତ……!!

ଘରଣୀ ଜଦି ମୋ ଜାଣିବ……!
   ମୋତେସେ ଉପାସ ରଖିବ
ଲେଖିଲି ହସାଇବା ପାଇଁ
  କାହାକୁ କହିବନି ଯାଇ…….!!

✍️ପପୁ ମହାପାତ୍ର

new life
You might also like
error: Content is protected !!