ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚାପଡା ଗ୍ରାମର ଜନୈକ ଯୁବକ ସେହି ଗ୍ରାମର ଅନ୍ୟଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାକୁନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ମାମଲା ରୁଜ୍ଜୁ କରି ୬ ଦଫା ଲଗାଇବା ପରେ ମାମଲାକୁ କୋର୍ଟକୁ ନଦେଇ ନିଜେ ରଫାଦଫା କରି ଦେଇଥିବାର ଜଣାପଡିଛି ।
ଗୁଣ୍ଡିଚାପଡା ଗ୍ରାମର ଜୟକୃଷ୍ଣ ଦାସଙ୍କ ଅଭିଯୋଗ ଅନୁସାରେ ତାଙ୍କ ଶଳା ରଘୁନାଥ ବେହେରା ତାଳଚେରରୁ ଆସି ତାଙ୍କ ଘରେ ରହିବା ସହିତ ବିଭିନ୍ନ କାର୍ଯ୍ୟ କରୁଥିଲେ ।ମଙ୍ଗଳବାର ସନ୍ଧ୍ୟାରେ ରଘୁନାଥ
ସନ୍ଧ୍ୟା ୭ଟା ସମୟରେ ଛକ ଉପରେ ଥିବା ଏକ ଚା ଦୋକାନ ନିକଟରେ ଛିଡା ହୋଇଥିବା ବେଳେ ସେହି ଗ୍ରାମର ମୀନକେତନ ସାହୁଙ୍କ ପୁଅ ଶୁଭମ ସାହୁ ଓରଫ ମିଲନ ଙ୍କ ସହିତ ଅନ୍ୟ ଚାରି ପାଞ୍ଚ ଜଣ ରାଜନୈତିକ ଶତୃତା ନେଇ ରଘୁକୁ ଧକ୍କା ମାରିବା ସହିତ ଜୟକୃଷ୍ଣଙ୍କୁ ଜୀବନରେ ମାରିଦେବାକୁ ଧମକ ଚମକ ଦେବା
ଏବଂ ରଘୁକୁ ନିର୍ମମ ଭାବରେ ଏକ ଲୁହା ଲାଗିଥିବା ଏକ ବେଲ୍ଟରେ ପିଟିଥିଲେ ।
ଏପରକି ରଘୁଙ୍କ ବେକରେ ଥିବା ଏକ ସୁନା ଚେନକୁ ଛଡାଇ ନେଇଥିଲେ । ଏହି ଘଟଣାକୁ ନେଇ ପୋଲିସ ଥାନାରେ ଅଭିଯୋଗ କରିବା ପରେ ଥାନାରେ ୨୨୪/୨୨ ଦଫା ୩୪୧, ୨୯୪, ୩୨୩, ୩୭୯,୫୦୬ ଏବଂ ୩୪ ଆଇପିସିରେ ମାମଲା ରୁଜ୍ଜୁ କରିଥିଲେ । ଏହି ଘଟଣା ପରେ ମିଲନ ଫେରାର ହୋଇଯାଇଥିବା ବେଳେ ତାକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ତାକୁ ଥାନାରେ ରଫାଦଫା କରି ଛାଡି ଦେଇଥିବାର ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେବା ସହିତ ଏହି ଘଟଣା ଅଧିକ ରାଜନୈତିକ ଶତୃତା ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି ।