News
WhatsApp Image 2023-10-04 at 17.25.00
samparksetu

ଭଗ୍ନ ଅବସ୍ଥାରେ ଶହୀଦ୍ ସ୍ମୃତି ସ୍ତମ୍ଭ, ସମ୍ମାନ ଖୋଜୁଛି ଶହୀଦ୍

ସଂଗ୍ରାମୀଙ୍କ ମାଟି ଢେଙ୍କାନାଳ ଜିଲ୍ଲା, ଜିଲ୍ଲା ର ବିଭିନ୍ନ ପ୍ରାନ୍ତର ଅନେକ ପୁଅ ଦେଶ ସୁରକ୍ଷାରେ ପ୍ରାଣବଳି ଦେଇଛନ୍ତି । ଏଠାରେ ଆରମ୍ଭ ହୋଇଥିବା ଗଡ଼ଜାତ ଆନ୍ଦୋଳନ ଆଜି ମଧ୍ୟ ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ । ଏଭଳି ସଂଗ୍ରାମୀଙ୍କୁ ମନେପକାଇବା ଏବଂ ସେମାନଙ୍କ ବୀରତ୍ୱର ଗାଥାକୁ ଜନମାନସରେ ପହଞ୍ଚାଇବାକୁ ଜନ୍ମ ମାଟିରେ ‘ଅମର ଯବାନ ସ୍ମୃତି ଶହୀଦ ସ୍ତମ୍ଭ’ ନିର୍ମାଣ କରାଯାଏ ।

ସାଧାରଣତନ୍ତ୍ର ଦିବସ ହେଉ ବା ହେଉ ଶହୀଦ ଦିବସ ସେଠାରେ ମାଲ୍ୟାର୍ପଣ କରାଯାଇ ଶହୀଦ ଙ୍କୁ ମନେପକାଯାଏ । ହେଲେ ବିଭିନ୍ନ ଜାଗାରେ ଏହି ସ୍ତମ୍ଭ ଭଗ୍ନ ଅବସ୍ଥାରେ ଦେଖାଦେଇଛି । ଏଭଳି ଏକ ଭଗ୍ନ ଅବସ୍ଥାରେ ଥିବା ସ୍ତମ୍ଭ ରହିଛି ଗୁଣ୍ଡିଚାପଡ଼ାରେ ।

ଢେଙ୍କାନାଳ ଜିଲ୍ଲା ଗୁଣ୍ଡିଚାପଡ଼ାରେ ଥିବା ଶହୀଦ୍ ଅମିୟ ରଞ୍ଜନ ସାହୁଙ୍କୁ ସମର୍ପିଥିବା ସ୍ତମ୍ଭ ଟି ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି ।
ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି ସ୍ମାରକୀ ଅବହେଳିତ, ଉପରେ ଲାଗିଥିବା ଫଳକ ନଇଁଗଲାଣି କେତେବେଳେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିବ କହି ହେଉନାହିଁ । 

ତେବେ ଦିନେ ଦେଶକୁ ବଞ୍ଚାଇବାକୁ ନିଜ ର ପ୍ରାଣ ବଳି ଦେଇଥିବା ଶହୀଦ୍ ଅମୀୟ ରଞ୍ଜନ ସାହୁ ଙ୍କ ଶହୀଦ୍ ସ୍ତମ୍ଭ ଆଜି ନିଜେ ସମ୍ମାନ ଅପେକ୍ଷାରେ ଅଛି ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା । ସୂଚନା ଥାଉକି ୨୦୦୩ ମସିହା ଜମ୍ମୁ କାଶ୍ମୀର ରେ ଅମୀୟ ଙ୍କ ତିରୋଧାନ ଘଟିଥିଲା ।

new life
You might also like
error: Content is protected !!