ଗତ ୯ ତାରିଖ ଦିନ ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର କ୍ରାସ ହୋଇ ସିଡିଏସ ମେଜର ବିପିନ ରାୱତଙ୍କ ସହ ତେର ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସହ ଥିଲେ ଆମ ଓଡିଶାର ମାଟିର ସୁଯୋଗ୍ୟ ସନ୍ତାନ ରାଣା ପ୍ରତାପ ଦାସ ।
ଆଜି ସ୍ବତନ୍ତ୍ର ବିମାନ ଯୋଗେ ଭୂବନେଶ୍ବରରେ ସହିଦ ଙ୍କ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ଓଡିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ଶବାଧାରକୁ ଏକ ସୁସଜ୍ଜିତ ଗାଡିରେ ତାଳଚେର ନିଆଯାଇଥିଲା ।
ସହୀଦ ବୀରପୁତ୍ର, ଓଡିଶାର ସୁଯୋଗ୍ୟ ସନ୍ତାନ, ଢେଙ୍କାନାଳ କ୍ଷେତ୍ରର ଗର୍ବ ଓ ତାଳଚେର ମାଟିର ଗୌରବ ରାଣା ପ୍ରତାପ ଦାସ ଙ୍କ ପ୍ରାର୍ଥିବ ଶରୀର ଆଜି ନିଜ ଜନ୍ମ ମାଟିକୁ ଫେରୁଥିବା ବେଳେ ରାସ୍ତା ରେ ବହୁ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳି ପାଇଁ ଭିଡ଼ ଜମାଇଥିଲେ । ଢେଙ୍କାନାଳ ଜିଲ୍ଲା ର ସରାକପାଟଣା , ରାସୋଳ ,ସାତମାଇଲ ଦେଇ ଯିବା ବେଳେ ଶତାଧିକ ବ୍ୟକ୍ତି ପୁଷ୍ପ ଅର୍ପଣ କରିଥିଲେ ।
ବୀରପୁତ୍ରଙ୍କୁ ଅଶ୍ରୁଳ ବିଦାୟ ଦେଇଛି ବୀରମାଟି । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ରାଣାପ୍ରତାପ ଦାସ । ଜନ୍ମମାଟିରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ବିଦାୟ ନେଇଛନ୍ତି ସହିଦ ରାଣା ପ୍ରତାପ । ହିନ୍ଦୁ ରୀତିନୀତି ଅନୁସାରେ ପୁତୁରା ଆତିସ ଦାସ ଦେଇଛନ୍ତି ମୁଖାଗ୍ନି ।
ଚିତାରେ ପାର୍ଥିବ ଶରୀର ପାଉଁଶ ହୋଇଗଲା ସତ ହେଲେ ରାଣା ପ୍ରତାପଙ୍କ ବୀରତ୍ୱର ଗାଥା କାଳ କାଳକୁ ମନେ ରହିବ ।