News
WhatsApp Image 2023-10-04 at 17.25.00
samparksetu

ଚାଷିଙ୍କ ବାଟ ଓଗାଳୁଛି ରେଳପ୍ରକଳ୍ପ ; ଚିନ୍ତାରେ ଚାଷୀ ,ବିପଦଶଙ୍କୁଳ ଭାବେ ରେଳଲାଇନ ପାର ହୋଇ ଯିବାକୁ ପଡୁଛି ବିଲକୁ

ଚାଷୀର ଉର୍ନତି ହେଲେ ଦେଶ ଉର୍ନତି ହୋଇପାରିବ।ଏ ଚିନ୍ତାଧାରା ନେଇ କେନ୍ଦ୍ରର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଅନେକ ଯୋଜନା ଚାଷିଙ୍କ ଉଦ୍ୟେଶ୍ୟରେ କାର୍ଯ୍ୟକାରି କରାଯାଉଛି।କିନ୍ତୁ କାମାକ୍ଷାନଗରରୁ ବ୍ଲକ ବଡ ଶୁଆଁଳ ଠାରେ ରେଳ ପ୍ରକଳ୍ପ ନିର୍ମାଣ ହେବାଦ୍ବାରା ଅଞ୍ଚଳର ଚାଷୀ ମାନଙ୍କର ବିଲକୁ ଯିବା ପାଇିଁ ଆଉ ରାସ୍ତା ନାହିଁ।ବିପଦଶଙ୍କୁଳ ଭାବେ ରେଳଧାରଣା ଡେଇିଁ ବିଲକୁ ଯିବାକୁ ପଡୁଛି।

ସୂଚନା ଅନୁଯାୟୀ , କାମାକ୍ଷାନଗର ଦେଇ ଯାଇଥିବା ପ୍ରସ୍ତାବିତ ଅନୁଗୁଳୁ ସୁକିନ୍ଦା ରେଳ ପ୍ରକଳ୍ପ ଦୃତଗତିରେ ଆଗେଇ ଚାଲିଛି।ପ୍ରକଳ୍ପ ନିର୍ମାଣ ହେବାଦ୍ବାରା ଚାଷୀ ମାନଙ୍କର ପ୍ରକଳ୍ପ ଆରପଟେ ଥିବା ଶହଶହ ହେକ୍ଟର ବିଲକୁ ଯାତାୟତ କରିବା ପାଇିଁ ରାସ୍ତାନାହିଁ।ଏମିତିକ ପାଦଚାଲା ରାସ୍ତାଟିଏ ବି କରିଲା ନାହିଁ ରେଳବିଭାଗ।

ରେଳ ବିଭାଘର ଖାମଖିଆଲି ନିତି ଯୋଗୁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଜମି ଅଧିଗ୍ରଣ ବେଳେ ଦେଇଥିବା ପ୍ରତିଶୃତି ଭୁଲିଗଲା ରେଳବିଭାଗ। ଫଳରେ ଲୋକେ ଜମିକୁ ଯିବାକୁ ହେଲେ ଟ୍ରେନ ଲାଇନ୍ ଉପର ଦେଇ ଯିବାକୁ ପଡିବ। ଏନେଇ ଜନ ଆନ୍ଦୋଳନର ରୂପ ନେବାକ ବସିଲାଣି।

କାମାକ୍ଷାନଗର ବ୍ଲକର ରଙ୍ଗମାଟିଆ ଷ୍ଟେସନ ଠାରେ ହାଟୁଆରି ଗ୍ରାମବାସୀଙ୍କ ଚିନ୍ତା ବଢିଯାଇଛି। ଗ୍ରାମଟି ଉପର ପାଖରେ ଥିବାବେଳେ ଅପର ପାର୍ଶ୍ବରେ ଲୋକଙ୍କ ସମସ୍ତ ଜମିବାଡି ଅଛି। ଏଠାକାର ଲୋକଙ୍କ ମୁଖ୍ୟ ଯିବିକା ହେଲା ଚାଷ। କିନ୍ତୁ୍ ଏବେ ରେଳ ବିଭାଗ ତରଫରୁ ରେଳଲାଇନ ବିଛାଇ ଦେବାପରେ ଲୋକଙ୍କ ଦୁର୍ଦଷା ବଢାଯାଇଛି।ପ୍ରକଳ୍ପ ହେବା ପାଇିଁ ସ୍ଥାନିୟ ବାସିନ୍ଦା ମାନେ ଜାଗା ରେଳବିଭାଗକୁ ପ୍ରଦାନ କରଥିଲେ।ସେ ସମୟରେ ମଧ୍ୟ ରେଳ ବିଭାଗର ପ୍ରତିଶୃତି ଦେଇଥିଲା ଚାଷଜମିକୁ ସ୍ଥାୟି ରାସ୍ତା ନିର୍ମାଣ ପାଇିଁ କିନ୍ତୁ ବର୍ତ୍ତମାନ ରେଳପ୍ରକଳ୍ପ କାମ ସରିବାକୁ ବସିଲାଣି କିନ୍ତୁ ବିଭାଗ ଚାଷୀଙ୍କ କୈାଣସି ରାସ୍ତା ନିର୍ମାଣ କରିଲା ନାହିଁ।

ତେବେ ଏନେଇ ଅଞ୍ଚଳର ଚାଷିମାନେ ଆନ୍ଦୋଳାନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।ଏନେଇ କାମାକ୍ଷାନଗର ଉପଜିଲ୍ଲାପାଳ ,ନିଜେ ଯାଇ ଘଟଣା ସ୍ଥଳ ପରିଦର୍ଶନ କରିବାପରେ କହିଛନ୍ତି ଏହା ଏକ ସମ୍ବେଦନଶିଳ ଘଟଣା ରେଳ ବିଭାଗ ସହିତ ଆଲୋଚନା କରାଯାଇ କିପରି ସ୍ଥାୟି ରାସ୍ତାଟିଏ ହୋଇପାରିବ ଓ ଚାଷୀ ମାନେ କିପରି ତାଙ୍କର ବିଲକୁ ଯାଇପାରିବେ ଓ ଚାଷକାର୍ଯ୍ୟ ହୋଇପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ।

ଗୋଟିଏ ପଟେ ଚାଷ କାର୍ଯ୍ୟକୁ ସରକାର ପ୍ରୋତ୍ସାହନ ଯୋଗାଉଥିବା ବେଳେ ଏଠାରେ ତାହାର ଓଲଟା ଦେଖିବାକୌ ମିଳିଛି।ଏପରି ରେଳ ବିଭାଗ କଣ ସ୍ଥାୟି ସମାଧାନ କରୁଛି ତାହାକୁ ହିଁ ଏବେ ଅପେକ୍ଷା।

new life
You might also like
error: Content is protected !!