News
WhatsApp Image 2023-10-04 at 17.25.00
samparksetu

ଫାଣ୍ଡି ନିକଟରେ ବେଆଇନ ଗୋରୁ ଚାଲାଣ ଡିପୋ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସାନ୍ଦା ଫାଣ୍ଡି ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ଡିପୋ ଦିନକୁ ଦିନ ବୃଦ୍ଧି ପାଉଛି । ଯାହାକି ସ୍ଥାନୀୟ ଅଂଚଳର ଜନ ଅସନ୍ତୋଷ ଦେଖା ଦେଇଛି । ପରଜଙ୍ଗ ଆଖ ପାଖ ଅଞ୍ଚଳରୁ ଆସୁଥିବା ଗୋରୁ କୁ ଗୋଟିଏ  ସ୍ଥାନରେ ଡ଼ିପୋ କରି ଗୋରୁ ମାଫିଆଙ୍କ କାରବାର ଚଳାଇଛନ୍ତି ।

ମେରା ମଣ୍ଡଳୀ, କମଲାଙ୍ଗ ଗ୍ରାମ ପଟୁ ବ୍ରାହ୍ମଣୀ ନଦୀ ଡଙ୍ଗା ରେ ଆସି ପାଳସାହି ରେ ଏକତ୍ରିତ ହୋଇ ସାନ୍ଦା ଫାଣ୍ଡି ନିକଟସ୍ଥ ଅଁଳାକଟା ଗ୍ରାମର ଆମ୍ବ ତୋଟା ନିକଟରେ ଡ଼ିପୋ କରିଥିବାର ସୂଚନା ମିଳିଛି।  ସେପଟେ ଶାନ୍ଦା ଫାଣ୍ଡି ଅଧିକାରୀ ଙ୍କ ପାଖରେ କୌଣସି ସୂଚନା ନାହିବୋଲି ସେ କହିଛନ୍ତି।

ଏ କଥାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । କଣ ଫାଣ୍ଡି ବାବୁ ମାସିକିଆ ନେଇ ଚୁପ୍ ବସିଛନ୍ତି କି ?  ସାନ୍ଦା ଫାଣ୍ଡି ଅଧିକାରୀ ସବୁ ଜାଣି କିଛି ଜାଣିବାକୁ ପାଉ ନାହାନ୍ତି । ଦୈନିକ ଆଖ ପାଖରୁ ଶହେ ଦୁଇଶହ ରୁ ଗୋରୁ ଟାଟା ଏସି ଓ ପିକଅଫ ଗାଡ଼ି ସାହାଯ୍ୟରେ ଆସି ସାନ୍ଦା ଫାଣ୍ଡି ଅଁଳାକଟା ଗ୍ରାମର ଆମ୍ବ ତୋଟା ଠାରେ ଗଚ୍ଛିତ ରଖି ରାତି ହେଲେ ୫ରୁ୬ ଟି ପିକଅପ,ଟାଟା ଏସି ଗାଡ଼ିରେ ମାଫିଆ ଏହାକୁ ଯାଜପୁର,ବାଲେଶ୍ଵର,ଭଦ୍ରକ,କେନ୍ଦୁଝର ଓ କଲିକତା ଅଞ୍ଚଳକୁ ଗୋରୁ ଗୋଡ଼ିକୁ ରପ୍ତାନି କରୁଛନ୍ତି ।

ସବୁ ଜାଣି କିଛି ନଜାଣିବାର ପନ୍ଥା ଅମ୍ବଲମ୍ବନ କରୁଛନ୍ତି ସ୍ଥାନୀୟ ପୋଲିସ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!