ଗ୍ରାମାଚଂଳରେ ଦୁର୍ନିତୀର ଝଡ
ସହରାଚଂଳରେ ପିସି
ଚତୢର୍ଥ ସ୍ତମ୍ବର ପେଟ ମୋଡିକିରି
ଉଠାଏ ଦଗଧ ବାନ୍ତି ll
ମର୍ତ୍ତ୍ଯାଚଂଳରେ ତୋର ମୋର
ସ୍ବର୍ଗାଚଂଳରେ ଆମେ
କୁଶର ବେଣାର ଅବୈଧ ସମ୍ପର୍କ
ସଂନ୍ଦେହର ସଂକ୍ରମଣେ ll
ଉତ୍ତରାଚଂଳରେ ବିସ୍ତାର ବାଦ
ଦକ୍ଷିଣାଚଂଳରେ ଇର୍ଷା
ପ୍ରଜାତନ୍ତ୍ରରେ ମଜା ମାରୁଛନ୍ତି
ଦଳେ ଲାଞ ହଲା କୁତ୍ତା ll
ପଶ୍ଚିମାଚଂଳରେ ଜବର ଦଖଲ
ପୂର୍ବାଚଂଳରେ ଡର
ଘରବୁଡି ପାଣି ଅଣ୍ଟାକୁ ବୁଡାଏ
ଭାଂଗି ଦଖଲର ହିଡ ll
ଅସ୍ତାଚଂଳରେ ଆତଙ୍କି ଆଖଡା
ଉଦୟାଚଂଳରେ କ୍ରାନ୍ତି
ନିଶିଦ୍ଧାଚଂଳରେ ଅନୁ ପ୍ରବେଶର
ଅସିଦ୍ଧାଚଂଳରେ ମସ୍ତି ll
କାର୍ଯ୍ଯାଚଂଳରେ ଜଡସଡ ଭୟ
ଭାର୍ଯ୍ଯାଚଂଳରେ ଭକ୍ତି
ଏକରୁ ତିନି ଲିଙ୍ଗ ମାନ୍ଯତାରୁ
କ୍ରମିକ ଚାଲିଛି କଟି ll
✍️ମହେନ୍ଦ୍ର ନଂଦ