News
WhatsApp Image 2023-10-04 at 17.25.00
samparksetu

ସାପୁଆ ଡ୍ୟାମରେ ପର୍ଯ୍ୟଟକ ଙ୍କୁ ଶୋଷଣ

ଶୀତର ପହିଲି ଆଗମନରେ ଆସିଯାଇଛି ପର୍ଯ୍ୟଟନ ଋତୁ, ପର୍ଯ୍ୟଟନ ସ୍ଥାନକୁ ଯାଇ ବୁଲାବୁଲି କରିବା ପାଇଁ ଗାଁ ଠାରୁ ସହର ସମସ୍ତ ଙ୍କ ର ଆଗ୍ରହ । ପ୍ରାକୃତିକ ପରିବେଶ ମଧ୍ୟରେ ବଣଭୋଜି କରିବା ପାଇଁ ସମସ୍ତଙ୍କ ପସନ୍ଦ, ଢେଙ୍କାନାଳ ହିନ୍ଦୋଳ ଉପଖଣ୍ତରେ ଏଭଳି ଏକ ସ୍ଥାନ ରହିଛି ଯେଉଁ ସ୍ଥାନକୁ ଥରେ ପର୍ଯ୍ୟଟକ ଆସିଲେ ପ୍ରତ୍ୟେକ ବର୍ଷ ଆସିବା ପାଇଁ ମନବଳାଇଥାନ୍ତି ପର୍ଯ୍ୟଟକ,ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ଦାଣ୍ଡିରୀ ପଞ୍ଚଯାତ ଅନ୍ତର୍ଗତ ସାପୁଆ ଡ୍ୟାମ ନାମରେ ବେଶ ଖ୍ୟାତି ରହିଛି ଅଭିଭକ୍ତ ଢେଙ୍କାନାଳ ଜିଲ୍ଲାରେ । ସବୁଜ ବନାନି ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ବେଶ ମନ ଲୋଭା ଅଂଚଳ । ପ୍ରାକୃତିକ ପରିବେଶ ମଧ୍ୟରେ ଅତି ମନୋରମ ପରିବେଶ ମଧ୍ୟରେ ସାପୁଆ ଡ୍ୟାମ ଅବସ୍ଥିତ l ଛୁଟି ଥିବାରୁ ସାପୁଆ ପର୍ଯ୍ୟଟନ ସ୍ଥଳୀରେ ହଜାର ହଜାର ଲୋକଙ୍କ ସୁଅ ଛୁଟି ଥିବା ଦେଖିବାକୁ ମିଳିଛି,ହେଲେ ପର୍ଯ୍ୟଟକ ଙ୍କ ଉପରେ ହିନ୍ଦୋଳ ପ୍ରଶାସନ ର ଲାଗିଛି ପ୍ରହାର ।

ପର୍ଯ୍ୟଟନ ସ୍ଥଳୀରେ ସେମତି କିଛି ସୁବିଧା ନଥିଲେ ମଧ୍ୟ ସ୍ଥାନୀୟ ଯୁବକ ଙ୍କ ଦ୍ୱାରା ପର୍ଯ୍ୟଟକ ଙ୍କ ଠାରୁ କରାଯାଉଛି ଟଙ୍କା ଆଦାୟ,ବାଇକ ପାଇଁ କୋଡିଏ ଟଙ୍କା,କାର ପାଇଁ ୨ ସହ ଟଙ୍କା, ବସ ପାଇଁ ୫ ସହ ଟଙ୍କା, ଖୋଲା ପିଣ୍ଡି ପାଇଁ ଦେଢ଼ ସହ ଟଙ୍କା,ଛାତ ପିଣ୍ଡି ପାଇଁ ୨ ସହ ଟଙ୍କା ବିଦୂତ ସଂଯୋଗ ପିଣ୍ଡି ପାଇଁ ପ୍ରଶାସନ ପକ୍ଷରୁ ୫ ସହ ଟଙ୍କା ସ୍ଥାନୀୟ ଯୁବକ ଙ୍କ ମାଧ୍ୟମରେ ଟଙ୍କା ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ଏପରିକି ୨ କିଲୋମିଟର ଦୂରରେ ରାଷୋଳ ପୋଲିସ ଷ୍ଟେସନ ରହିଥିବା ବେଳେ ଏତେ ସଂଖ୍ୟକ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ଆଜି ସାପୁଆ ଡ୍ୟାମ ରେ କୌଣସି ପୋଲିସ ଅଧିକାରୀ ଙ୍କ ଦେଖାମିଳିନଥିଲା, କୁଢ଼ କୁଢ଼ ଆବର୍ଜନା ପଡିରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତାହାକୁ ସଫା କରାଯାଇନଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟକ ଙ୍କ ସୁବିଧା ପାଇଁ ଡ୍ୟାମ ଭିତରେ କୌଣସି ବୋଟିଙ୍ଗ ବ୍ୟବସ୍ତା ରହିନଥିବା ଦେଖିବାକୁ ମିଳିଥିବା ବେଳେ ବଣଭୋଜି କରିବା ପାଇଁ ଆସୁଥିବା ପର୍ଯ୍ୟଟକ ଙ୍କ ପାଇଁ ପାନୀୟ ଜଳର ସୁବିଧା ମଧ୍ୟ ନାହିଁ କେବଳ ଥିବା ନଳକୂପ ରୁ ଲୋକମାନେ ପାଣି ନେଉଥିବା ଦେଖିବାକୁ ମିଳିଥିଲ ।ପର୍ଯ୍ୟଟନ ବିଭାଗ ଦ୍ୱାରା କିଛି ଦିନ ହେବ ୮ କୋଟି ଟଙ୍କା ବ୍ୟୟ ବରାଦ ରେ କିଛି ପିଣ୍ଡି ଓ ଘର ନିର୍ମାଣ ହୋଇଥିବା ବେଳେ ପର୍ଯ୍ୟଟକ ଙ୍କ ପାଇଁ ପାଇପ ଯୋଗେ ପାନୀୟ ଜଳର କିପରି ସୁବିଧା କରାଯାଇପାରିଲା ନାହିଁ ତାହା ତଦନ୍ତ ସାପେକ୍ଷ,କୌଣସି ଟେଣ୍ଡର କରାନଯାଇ କିପରି ନିକଟସ୍ଥ ନହଡା ଗ୍ରାମର କିଛି ଯୁବକଙ୍କୁ ପର୍ଯ୍ୟଟକ ଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ଆଦେଶ ଦିଆଗଲା ଏବେ ଉଠିଛି ପ୍ରଶ୍ନବାଚୀ । କେତେକ ରସିଦ ଦେଇ ଲୋକଙ୍କ ଠାରୁ ଜବରଦସ୍ତ ଟଙ୍କା ଆଦାୟ କରିବା ପାଇଁ କିପରି ହିନ୍ଦୋଳ ପ୍ରଶାସନ ଆଦେଶ ଦେଇଛନ୍ତି ତାହାର ତଦନ୍ତ କରିଲେ ଜଣାପଡିବ । ତେବେ କେବେପର୍ଯ୍ୟଟକ ଙ୍କ ସୁବିଧା ପାଇଁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା ।

new life
You might also like
error: Content is protected !!