News
WhatsApp Image 2023-10-04 at 17.25.00
samparksetu

ସାପୁଆ ଡ୍ୟାମ ର ହେବ ନବକଳେବର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ର ସାପୁଆ ଡ୍ୟାମ ର ହେବ ନବକଳେବର l ଏହାର ରୂପରେଖ ବଦଳାଇବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି l ରାଜ୍ୟ ସରକାର ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିବା ଜଣାପଡିଛି l

ସାପୁଆ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ମିଳିବା ପରଠାରୁ ଏହାର ଉର୍ନ୍ନତି କରଣ ବାରମ୍ବାର ଦାବି ହୋଇ ଆସୁଥିଲା l ଶେଷରେ ଏହାର ଅନ୍ତ ଘଟିଛି l ଜଳଭଣ୍ଡାର ରେ ବୋଟିଙ୍ଗ ସୁବିଧା, ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ୱାଚ ଟାୱାର, ପର୍ଯ୍ୟଟକ ମାନଙ୍କ ବିଶ୍ରାମ ପାଇଁ ଗେଷ୍ଟ ହାଉସ, ବଣଭୋଜି ପାଇଁ ପିଣ୍ଡି, ଆଲୋକୀ କରଣ ଇତ୍ୟାଦି ହେବାପାଇଁ ପ୍ରଶାସନ ନିଷ୍ପତି ନେଇଛି l

ଏହି ଅବସରରେ ସାପୁଆ ଠାରେ ଅଞ୍ଚଳବାସୀ, ପ୍ରଶାସନ ଏବଂ ରାଜନେତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାପାଳ ସରୋଜ କୁମାର ସେଠି, ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ବିଡ଼ିଓ ଶିବଶଙ୍କର ମିଶ୍ର, ତହସିଲଦାର ସୁଶାନ୍ତ ମିଶ୍ର, ସାପୁଆ ଡ୍ୟାମ ସୁପରିଟେଣ୍ଡ ଇଞ୍ଜିନିଅର ସୁବ୍ରତ ନାୟକ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ , ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ନାୟକ , ଉପାଧ୍ୟାକ୍ଷ ବରୁଣ କୁମାର ସର , ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ ଏବଂ ଦଣ୍ଡିରୀ ପଞ୍ଚାୟତ ବାସୀ ଙ୍କ ମଧ୍ୟରେ ଆଲୋଚନା ହୋଇଛି l ଦୀର୍ଘ ଦିନର ଦାବି ପରେ ପ୍ରଶାସନ ଏହି ନିଷ୍ପତି ପରେ ହିନ୍ଦୋଳ ରେ ଏକ ପ୍ରକାର ଖୁସି ର ଲହରୀ ଖେଳିଯାଇଛି l

new life
You might also like
error: Content is protected !!