News
WhatsApp Image 2023-10-04 at 17.25.00
samparksetu

ଓଁ ମା’ ଚ୍ଛିନ୍ନ ମସ୍ତା ମନ୍ଦିରରେ ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମର ଜାତୀୟ ରାଜପଥ ୫୩କୁ ଲାଗି ରହିଥିବା ଓଁ ମା ଚ୍ଛିନ୍ନ ମସ୍ତା ମନ୍ଦିରର ୧୪ ତମ ବାର୍ଷିକ ଉତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। କରୋନାର ଯୋଗୁଁ ଦୁଇ ବର୍ଷ ଧରି ଏହି ମନ୍ଦିରର ବାର୍ଷିକ ଉତ୍ସବ ସ୍ଥଗିତ ଥିବାରୁ ସରାଙ୍ଗ ଗ୍ରାମବାସୀଙ୍କ ପକ୍ଷରୁ ଚଳିତ ବର୍ଷ ଏହି ପୂଜା ଧୁମଧାମରେ ପାଳନ କରାଯାଇଛି ।

ମା’ ଙ୍କ ମନ୍ଦିର ପ୍ରାଙ୍ଗଣରେ ଦିନ ତମାମ ରୀତିନୀତି ଅନୁସାରେ ହୋମଯଜ୍ଞ ଲାଗି ରହିଥିବା ବେଳେ ନାମ ସଙ୍କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହୋଇଥିଲା । ହୋମଯଜ୍ଞରେ ଗ୍ରାମର ତଥା ପଞ୍ଚାୟତ ସରପଞ୍ଚ କୃଷ୍ଣ ଚନ୍ଦ୍ର ମହାନ୍ତି ଓ ତାଙ୍କ ପତ୍ନୀ ପୂର୍ବତନ ସରପଞ୍ଚ ମଳୟ ମଞ୍ଜରୀ ମହାନ୍ତି ଓ ପଞ୍ଚାୟତ ସମିତି ସଭ୍ୟ ବାସୁଦେବ ଦାସ କର୍ତ୍ତା ରୂପେ ନିର୍ବାହ କରିଥିବା ବେଳେ ହୋମଯଜ୍ଞର ମୁଖ୍ୟ ପୂଜକ ଶ୍ରୀଧର ଆଚାର୍ଯ୍ୟ ,ରୀଙ୍କୁ ରଣା ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ନିର୍ବାହ କରିଥିଲେ ।

ମନ୍ଦିରର ପୂଜକ ମନୋହର ରଣା ଅନ୍ୟ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମନ୍ଦିର ଭିତରେ ପୁଜାର୍ଚନା କରିବାରେ ସହାୟକ ହୋଇଥିଲେ ।ଗ୍ରାମର ସଭାପତି ଜଗବନ୍ଧୁ ସଂଗ୍ରାମ ସିଂହ ,ସମ୍ପାଦକ କ୍ଷୀରୋଦ ପ୍ରଧାନ ,ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ମିହିର ରଞ୍ଜନ ସିଂହ ଓ ସମସ୍ତ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଆସି ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଥିଲେ । ଜନସମାଗମ ଯୋଗୁଁ ମନ୍ଦିର ପରିବେଶ ଉତ୍ସଵ ମୁଖର ହୋଇଉଠିଥିଲା ।

new life
You might also like
error: Content is protected !!