News
WhatsApp Image 2023-10-04 at 17.25.00
samparksetu

ସରପଞ୍ଚ


ସରପଞ୍ଚ ନୁହେଁ ଶରୁଆ ପେଚ ସେ
କେତେବେଳେ ଯିବ ଗଳି
ସେ ପେଚ କୁ ଯିଏ ଟାଇଟ୍ ନକଲା
ତା ଚକ ଯିବ ହୁଗୁଳି।

ଭାବିଲି ଦିନେ ମୁଁ ହେବି ସରପଞ୍ଚ
ସବୁ ବେପାର କୁ ଛାଡ଼ି
ଥରେ ଖାଲି ମୁହିଁ ଭୋଟ ପାଇଗଲେ
କରୁଥିବି କୋଠା ବାଡି।

ଦଳେ ଥିଲେ ପୁଣି ଖୋସା ମତିଆ ଯେ
ଦେଲେ କରି ଟେକା ଟେକି
କହିଲେ ଭାଇନା ତମ ପରି ଆଉ
ଯୋଗ୍ୟ ପ୍ରାଥି କିଏ ଅଛି
ସରପଞ୍ଚ ଲୋଭେଜମିବାଡ଼ି ବିକି
ଖରଚ କରିଲି ଟଙ୍କା
ଗହଣା ଗଣ୍ଠି ବନ୍ଧା ପକାଇଲି
ଯା ହେବ ପଛେ ଦେଖା।

କହିଲି ଘରଣୀ ନକର ଭାଳେଣି
ସରି ଯାଉ ଇଲେକ୍ସନ
ଯେତିକି ଯାଇଛି ଦଶଗୁଣ ତାର
କରିବି ମୁ କଲେକ୍ସନ।

ଗଣ୍ଠି କୁକୁଡ଼ା କୁ ନାଲି ବୋତଲରେ
ଭସାଇଲି ସାହି ସାହି
ଯେ ଯାହା ମାଗିଲା ଖୋଲିଦେଲି ହାତ
ଭୋଟ ଖଣ୍ଡକ ପାଇଁ।
ଧିରେ ଧିରେ ଟଙ୍କା ହୋଇଗଲା ଫାଙ୍କା
ମୋ ହାତ ଛାଡ଼ିଲେ ଟୋକା
ଅନ୍ୟ ପ୍ରାଥି ସହ ନସର ପସର
ଯେହ୍ନେ ପୁଣି ମାଛ ରଙ୍କା।

ଇଲେକ୍ସନ ପରେ ଯା ହୋଇଥିବ
ନକହିବା ଆଉ ଭଲ
ଧନ ହରାଇଲି ମହତ ସାରିଲି
ରାଜ ନୀତି ନମସ୍କାର
ଭୋଟର ଭାଇ ଙ୍କୁ ଏହି ନିବେଦନ
ଯୋଗ୍ୟ କୁ କର ଚୟନ
ପାଞ୍ଚ ବର୍ଷ ପାଇଁ ପଞ୍ଚାୟତ ର
ରହିଯିବ ସନମାନ।

✍️ସନ୍ତାପ ପଣ୍ଡା

new life
You might also like
error: Content is protected !!