News
WhatsApp Image 2023-10-04 at 17.25.00
samparksetu

ଶାଶ୍ୱତ ଏ ଅନୁରାଗେ


ଅନନ୍ତ କାଳରୁ ଚାହିଁ ମୁଁ ରହିଛି
ତୁମ ଆସିବାର ପଥ
ନିର୍ନିମେଷ ଚକ୍ଷୁ ପଲକ ପଡୁନି
ପ୍ରତୀକ୍ଷାର ନାହିଁ ଅନ୍ତ……||

ଆସିବାକୁ ଥିବା ତୁମ ପ୍ରତିଶ୍ରୁତି
ପ୍ରତାରଣା ଭଳି ଲାଗେ
ହେଲେବି ମୋ ମନ ଅବୁଝା ହୁଏନା
ଶାଶ୍ୱତ ଏ ଅନୁରାଗେ….||

ତୁମେ ତ କହୁଛ ତୁମେ ସର୍ବ ବ୍ୟାପୀ
ସବୁ ତୁମ ପ୍ରତିଛବି
କେମିତି କହିବି ପାରୁନି ମୁଁ ତୁମ
ଦରଶନ ଟିକେ ଲଭି……||

ତୁମେ ଦେଖାଇଛ ସଖା ଅର୍ଜୁନଙ୍କୁ
ନିରାକାର ବିଶ୍ୱ ରୂପ
ତଥାପି କାହିଁ ମୁଁ ଆଙ୍କି ପାରୁନାହିଁ
ଅରୂପରେ ତୁମ ରୂପ……||

ଏ ଦେହ ଦେଉଳେ ତୁମେ ଅଛ ବୋଲି
‘ଗୀତା ‘ ରେ ପଢ଼ିଛି ଯେବେ
ତଥାପି କେବେମୁଁ ଲଭିନି ପରଶ
ଚେତନାର ଅନୁଭବେ……||

ଏତିକି ଗୁହାରି କରୁଛି ଶ୍ରୀହରି
ବିଚାର କରିବ ମୋରେ
ତଵ ଶ୍ରୀଅଙ୍ଗ ରେ ତୁଳସୀ ପରାଏ
ଲାଗୁଥିବି ନିରନ୍ତରେ…..

✍️ଗୀତାଞ୍ଜଳି ପୃଷ୍ଟି

new life
You might also like
error: Content is protected !!