News
WhatsApp Image 2023-10-04 at 17.25.00
samparksetu

ଜନତା ମହାବିଦ୍ୟାଳୟ ରେ ଇତିହାସ ସମ୍ମାନ ବିଭାଗ ଶେଷ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସମ୍ୱର୍ଦ୍ଧନା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ସାତମାଇଲ ସ୍ଥିତ ଜନତା ମହାବିଦ୍ୟାଳୟ ଇତିହାସ ବିଭାଗର ତରଫରୁ ଶେଷ ବର୍ଷ ଇତିହାସ ସମ୍ମାନ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଇତିହାସ ବିଭାଗର ମୁଖ୍ୟ ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ମହେଶ୍ୱର ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ସଭା ଉଦଘାଟନ କରିଥିଲେ ।

ରାଜନୀତି ବିଭାଗ ମୁଖ୍ୟ ଡ. ଲୁଲୁ ବାଳା ନାୟକ, ଶିକ୍ଷା ବିଭାଗ ଅଧ୍ୟାପକ ସଞ୍ଜୟ ନାୟକ, ସଂସ୍କୃତ ବିଭାଗ ଅଧ୍ୟାପକ କବିରାଜ ସାହୁ, ଇତିହାସ ବିଭାଗ ଅଧ୍ୟାପିକା ସଂଯୁକ୍ତା ବେହେରା, ସନ୍ଧ୍ୟାରାଣୀ ଦାସ, ଦିଲେଶ୍ୱର ମାଝୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ ନିମନ୍ତେ ପରାମର୍ଶ କରିଥିଲେ। ଛାତ୍ରୀ ଶୁଭଲକ୍ଷ୍ମୀ ସାମଲ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଇତିହାସ ବିଭାଗର ଅନ୍ୟ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। ପରିଶେଷରେ ଇତିହାସ ବିଭାଗ ଅଧ୍ୟାପିକା ସଂଯୁକ୍ତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!