ରୁହ ରୁହ ଭାଇ କାଟ ନାହିଁ ଗଛ
ଗଛ ଯେ ଅମୂଲ୍ୟ ରତନ
ଗଛଟି ହୋଇବ ଦରଦୀ ବନ୍ଧୁ ହେ
କରିବା ଯଦି ତା ଯତନ ||
ପତ୍ର ଫୁଲ ଫଳ ତା’ର ଚେର ମୂଳ
ଲାଗଇ ଆମରି ସେବାରେ
ସ୍ୱାର୍ଥପର ହୋଇ କାଟିଦେଉ ଗଛ
ଦୟା ଆସେ ନାହିଁ ମନରେ ||
ଗଛ ଯେ କରାଏ ସମାଜ ର ହିତ
ଦିଅଇ ସେ ଶୀତଳ ଛାଇ
କେତେ କେତେ ପକ୍ଷୀ ବସା ଯେ ବାନ୍ଧନ୍ତି
ଜୀବନ ବଞ୍ଚାଇବା ପାଇଁ ||
ଗଛଠୁ ମିଳଇ ଜୀବନ ଶକ୍ତି ଏ
ମିଳଇ ଯେ ଅମ୍ଳଜାନ
ଗଛ କୁ କାଟିଲେ ଅମ୍ଳଜାନ ସରେ
ଚାଲିଯାଏ ଧନ ଜୀବନ ||
ଗଛ ର ଚେର ଯେ ଜାବୁଡ଼ି ଧରଇ
ରୋକାଏ ସେ ମୃତ୍ତିକା କ୍ଷୟ
ପଇସା ଟେ ପାଇଁ ଗଛକୁ କାଟୁଛେ
ଆସେ ନାହିଁ ଟିକିଏ ମୋହ ||
ସଡ଼କ ଚଉଡ଼ା ହୋଇବ ବୋଲିକି
ଏ ଗଛ ଦେଉଛନ୍ତି କାଟି
ଜଙ୍ଗଲ ସୁରକ୍ଷା ନିୟମ ର ପରା
ଫସର ଟା ଯାଉଛି ଫାଟି ||
ନିୟମ ନ ମାନି ମନ ଇଚ୍ଛା ସବୁ
ଗଛକୁ ଦେବ ଯଦି କାଟି
ଫଳ ତା ଭୋଗିବ ମରୁଡ଼ି ପଡ଼ିବ
ଏ ଜୀବନ ହୋଇବ ମାଟି |
ଗଛଠୁ ପାଉଛେ ସବୁକିଛି ଆମେ
ସେ ମନା କରିନାହିଁ କେବେ
ସ୍ୱାର୍ଥପର ହୋଇ ସ୍ବାର୍ଥସବୁ ଭୁଲି
ଏ ଗଛ କୁ କାଟୁଛେ ସର୍ବେ ||
ସଭିଏଁ ମିଶିକି ଭାଷଣ ମାରନ୍ତି
ଏ ଗଛ ପାଇଁ ହୁଏ ତର୍କ
କେବେ କେହି ଗୋଟେ ଗଛ ଲଗାନ୍ତିନି
ହୋଇଯାଆନ୍ତି ବଡ଼ ମୂର୍ଖ ||
ଆସଏ ସଭିଏଁ କରିବା ଶପଥ
ଲଗାଇବା ଯେ ଆମେ ଗଛ
ଗଛ ଟେ ଲଗାଇ ଭଲ ଶିକ୍ଷା ଦେଇ
ପରିବେଶ ରଖିବା ସ୍ବଛ ||
✍️ବିକାଶ କୁମାର ହୋତା