News
WhatsApp Image 2023-10-04 at 17.25.00
samparksetu

ନିର୍ମାଣ ପାଇଁ କୋଟିକୋଟି ହେଲେ ସ୍ୱାସ୍ଥ୍ୟ ସେବା ପାଇଁ ନାହିଁ ପାଣ୍ଠି , ବନ୍ଦ ରହିଛି ଢେଙ୍କାନାଳ ପୌର ଦାତଵ୍ୟ ହୋମିଓ ଚିକିତ୍ସାଳୟ

ରାଜ୍ୟବାସୀଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଢେଙ୍କାନାଳ ପୌର ଦାତଵ୍ୟ ହୋମିଓ ଚିକିତ୍ସାଳୟ ରେ ଏହାର ବିପରିତ ଦିଗ ଦେଖା ଦେଇଛି । ବହୁତ ବର୍ଷ ପରେ ହୋମିଓ ଚିକିତ୍ସାଳୟ ନିଜସ୍ୱ ଗୃହ ପାଇଥିବା ବେଳେ ଏବେ ତାହା ବନ୍ଦ ହେବାକୁ ଯାଉଛି ।

ସୂଚନା ଅନୁଯାୟୀ ,ରଥଗଡା ରେ ଥିବା ଢେଙ୍କାନାଳ ପୋୖର ଦାତଵ୍ୟ ହୋମିଓ ଚିକିତ୍ସାଳୟ ରେ ସମ୍ପୂର୍ଣ୍ଣ ସହରବାସୀ ନିର୍ଭରଶୀଳ । ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ରବୀନ୍ଦ୍ରନାଥ ରାଏ ଦୀର୍ଘ ବର୍ଷ ହେବ ରୋଗୀସେବା କରି ଆସୁଥିବା ବେଳେ ଅବସର ନେଇ ସାରିଛନ୍ତି । ତେବେ ଏନେଇ ନୂତନ ଡାକ୍ତର ନିଯୁକ୍ତ ବ୍ୟବସ୍ଥା କରି ପାରିନାହିଁ ପୌରପାଳିକା ,ଫଳରେ ଦୂରଦୂରାନ୍ତର ରୁ ଆସୁଥିବା ରୋଗୀ ଫେରିବାକୁ ବାଧ୍ୟ ହେଉଛନ୍ତି । ତେବେ ଅନ୍ୟ ଜିଲ୍ଲାର ପୋୖରପାଳିକାରେ ଦୀର୍ଘ ମାସ ହେବ ଏନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଢେଙ୍କାନାଳ ବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ପୋୖର ଅଧିକାରୀ ଙ୍କ ଏଭଳି ହେୟ ମନୋଭାବ ସହର ବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।


ପଇସା ଥିଲେ ମଧ୍ୟ କୌଣସି ଘରୋଇ ଦୋକାନରୁ କିଣି ମେଡିସିନ ଖାଉଥିବା ବେଳେ ପଇସା ନଥିବା ବ୍ୟକ୍ତି ବଡ଼ ରୁ ବଡ଼ ରୋଗ କୁ ଗତି କରୁଛନ୍ତି ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ । ଡ୍ରେନ ଏବଂ ସୌନ୍ଦର୍ଯ୍ୟ କରଣ ପାଇଁ ଆବଶ୍ୟକ ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଭଳି ଅତ୍ୟାବଶ୍ୟକ ସେବାକୁ ପୋୖରପାଳିକା ର ହେୟ ମନୋଭାବ ଦେଖାଇବା କୁ ସହର ବାସୀ ନା ପସନ୍ଦ କରିଛନ୍ତି ।

new life
You might also like
error: Content is protected !!