News
WhatsApp Image 2023-10-04 at 17.25.00
samparksetu

ନୀଳକଣ୍ଠପୁର ଗ୍ରାମରେ ପଥମ ଥର ପାଇଁ ଆୟୋଜିତ ହେଲା ସିଡ୍ ବଲ୍ ପ୍ରସ୍ତୁତ କର୍ମଶାଳା

ସବୁଜ ବିକଳ୍ପ ପାଇଁ ନିଆରା ପ୍ରୟାସ । ଗଛ ହସିଲେ ଜୀବନ ହସିବ , କିନ୍ତୁ ଏବେ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଥିବା ବେଳେ ସିଡ୍ ବଲ ପଦ୍ଧତି ଅବଲମ୍ବନ କରି ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଜାତିସଂଘ ପୁରଷ୍କାର ପ୍ରାପ୍ତ ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ ।

ସିଡ୍ ବଲ୍ ବା ମଞ୍ଜି ଗୋଳା ପ୍ରସ୍ତୁତ କରିବା ଏବଂ ତାର ଉପକାରୀତା ନେଇ ଭୁବନ ବ୍ଲକ ନୀଳକଣ୍ଠପୁର ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଏକ କର୍ମଶାଳା ଆୟୋଜିତ କରିଛନ୍ତି । କୁନି କୁନି ଛାତ୍ରଛାତ୍ରୀ ମାନେ ସିଡ୍ ବଲ୍ ନିର୍ମାଣ ଶିଖିବା ସହ ତାହାକୁ ସ୍କୁଲ ଅଗଣା, ଖେଳ ପଡିଆ ନିକଟରେ ଏବଂ ଗ୍ରାମ୍ୟ ଜଙ୍ଗଲ ସ୍ଥାନରେ ଫୋପାଡି ଥିଲେ । ପ୍ରକାଶ ଥାଉକି ଶୁଭ୍ରାଂଶୁ ବିଗତ ୫ ରୁ ୬  ବର୍ଷ ହେବ  ଏହିଭଳି କର୍ମଶାଳା ସହ ସିଡ୍ ବଲ୍ ନିର୍ମାଣ କରି ବିଭିନ୍ନ ପକାଇଛନ୍ତି , ସେ ନିଜ ସାଙ୍ଗରେ ଅନେକ ଯୁବପିଢ଼ି ଙ୍କୁ ଏହି ଦିଗରେ ଉତ୍ସାହିତ କରିଛନ୍ତି । ସେହିପରି ମଣିଷ ନିଜ ଚାହିଦା ବୃଦ୍ଧି ନିମନ୍ତେ ବିପୁଳ ପରିମାଣ ର ଗଛ କଟିବାରେ ଲାଗିଛି ହେଲେ ସେହି ମାତ୍ରାରେ ଗଛ ଲଗାବାର ପ୍ରୟାସ କେଉଁଠି ନା କେଉଁଠି ଧିମା ପଡିଛି । ସେହି ଗତି ର ସ୍ପୀଡ଼ କୁ ବଢାଇବାକୁ ଟେକନଲୋଜି ର ବ୍ୟବହାର କରିଛନ୍ତି ଶୁଭ୍ରାଂଶୁ । ଡ୍ରୋନ ଯୋଗେ ବିଭିନ୍ନ ଅପହଞ୍ଚ ସ୍ଥାନରେ ସିଡ୍ ବଲ୍ ପକାଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧାରେ ବରୁଣେଇ ପାହାଡ଼, ଭୁବନେଶ୍ୱର ଚନ୍ଦକା ଅଞ୍ଚଳ ସମେତ ଢେଙ୍କାନାଳ ଜିଲ୍ଲା କପିଳାସ ଏବଂ ସପ୍ତଶଯ୍ୟା ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତେବେ ସିଡ୍ ବଲ୍ ଦ୍ୱାରା ବନୀକରଣ ଏକ ସହଜ ଉପାୟ ହୋଇଥିବା ବେଳେ ଯୁବ ପିଢ଼ି ଏବଂ ସ୍କୁଲ ଛାତ୍ରଛାତ୍ରୀ ମାନେ ସହଜରେ ଏହାକୁ ଗ୍ରହଣ କରିବା ସହ କାମରେ ଲଗେଇ ପାରିବେ ଯାହାଦ୍ୱାରା ଏକ ସବୁଜ ପୃଥିବୀ ର ରଚନା କରାଯାଇପାରିବ ବୋଲି ଶୁଭ୍ରାଂଶୁ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!