ଏହା ଅଚାନକ ତ ନୁହେଁ !
କେତେ କେତେ ଜନ୍ମର
ପୂଣ୍ୟକୁ ତୁମେ ସାଉଁଟିଛ
ଶବରୀଟିଏ ତିଆରିବାକୁ ?
ଯୁଗ ଯୁଗର ଅପେକ୍ଷାରତ
ତୁମେ ମଧ୍ୟ ଥିଲ ,
କୁହନ୍ତୁ ତ…
ତୁମେ କ’ଣ
ନିଜ ଚେହେରାକୁ
ଅସ୍ଥିର ଜଳରେ ଦେଖି
ଶବରୀ ବୋଲି ଚମକି ନଥିଲ ?
ଦେଖ ,
କେତେଥର ରାମଚନ୍ଦ୍ର
ତୁମହାତେ ଜନ୍ମିଛନ୍ତି !
ଶବ୍ଦେ ଶବ୍ଦେ ଶବରୀକୁ ଖୋଜି ।
କୁହନ୍ତୁ ତ…
କେତେଯେ ଭିଯାଇଛି ଲୁହ ,
ତୁମ ପଣତ !
ଶବରୀର କେଇବୁନ୍ଦା ବୋଲି ,
ତୁମେ କ’ଣ ଅମାନ୍ୟ କରିବ ?
ରାତିର ସେ ଧିମା-ଗାଢ଼ ଅନ୍ଧକାରରେ
କିମ୍ବା ଦିନ ଆଲୋକର ତପ୍ତ ଭାବନାରେ,
ଅନେକ ଥର ବନ ପୁଷ୍ପ ମହକ
କେତେ କେତେ ଥର ବାଜିଥିବ
ତୁମ ସମ୍ପୂର୍ଣ୍ଣ ଶରୀର ମନରେ !
ସବୁ ଅଚାନକ ତ ନୁହେଁ
ସିଏ ମଧ୍ୟ ହୁଏତ ଅପେକ୍ଷା କରିଥିଲେ
ଶବରୀର ଉପସ୍ଥିତିକୁ
ଆଉଥରେ ପାଇବାକୁ ,
ତୁମ କଲମ ମୁନରେ ।
✍️ହିମାଂଶୁ ଭୂଷଣ ସାହୁ