News
WhatsApp Image 2023-10-04 at 17.25.00
samparksetu

ସହିଦ ବୀର ପୁଅ ଅଜିତ ଙ୍କୁ ଖୋଜୁଛି ଜନ୍ମମାଟି ; ସ୍ୱାଧୀନତା ଦିବସରେ ପୁଅକୁ ମନେ ପକାଇ ଆଖିରୁ ଲୁହ ଝରାଉଛି ମା

ଢେଙ୍କାନାଳ ମାଟି ର ପୁଅ ଅଜୟ ସନ୍ତାନ ସହିଦ ଅଜିତ କୁମାର ସାହୁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡ଼ସୂଆଁଳ ଗ୍ରାମରେ ୧୯୯୨ ମସିହା ଜୁନ ୪ ତାରିଖରେ ଜନ୍ମ ଗ୍ରହଣ କରିଥଲେ ଅଜୟ ।  ସେହି ସୁଯୋଗ୍ଯ ସନ୍ତାନ ର ଜନକ ଥିଲେ  ସନ୍ତୋଷ କୁମାର ସାହୁ ଓ ଜନନୀ କୁମୁଦିନୀ ସାହୁ । ସ୍ନେହରେ ପରିବାର ଲୋକ ଅଜି ବୋଲି ଡାକନ୍ତି ।

ପିଲାଟି ବେଳରୁ ପଠା ପଢ଼ା ସହିତ କ୍ରିକେଟ୍ ଖେଳିବା ପ୍ରତି ବେଶ୍ ଦୁର୍ବଳତା ରହିଥିଲା ଅଜିତ ଙ୍କର । ନିଜ ଗାଁରେ ଥିବା  ବିଦ୍ୟାଳୟରେ  ଦଶମ ପର୍ଯ୍ୟନ୍ତ ଶିକ୍ଷା ପରିସମାପ୍ତି କରି କାମାକ୍ଷାନଗର ମଠକରଗୋଳା କଲେଜରେ କଳାରେ ଯୁକ୍ତ ତିନି ପଢିଥିଲେ । ଭାରତୀୟ ସେନା ବିଭାଗରେ ଯୋଗ ଦେବାରେ ଛୋଟ ବେଳରୁ ଥିଲା ତାଙ୍କ ଲକ୍ଷ । ଭାରତୀୟ ସୈନିକ ବିଭାଗରେ ଭର୍ତ୍ତି ହେବାର  ଇଚ୍ଛା ଆଗରେ ହାର ମାନିଥିଲା ସବୁ ବାଧା ବିଘ୍ନ ।

ଭାରତୀୟ ସ୍ଥଳ ସୈନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ବେଙ୍ଗାଲୁରୁରେ ପ୍ରଥମେ ଟ୍ରେନିଙ୍ଗ ନେଇଥିଲେ ଅଜିତ୍ । ଟ୍ରେନିଂ ସରିବା ପରେ ନାଏକ ଭାବରେ କୋଲକାତାରେ ପ୍ରଥମେ ପୋଷ୍ଟିଂ ହୋଇଥିଲା । ସେଠାରେ କିଛି ବର୍ଷ ଚାକିରି ପରେ  ତାଙ୍କର ଜମ୍ମୁ ବଦଳି ହୋଇଥିଲା । ଏକ ମାତ୍ର ରୋଜଗାରିଆ ପୁଅ, ପରିଣତ ଅବସ୍ଥା ରେ ବାପା ମାଙ୍କର ଆଶାର ବାଡି ଥିଲେ ସେ । 

୧୮ ଜୁନ ୨୦୧୯ ମସିିହାରେ ପୂଲୱାମା ଠାରେ ହୋଇଥିବା ଆତଙ୍କି ହମଲାରେ ସହିଦ ହୋଇଥିଲେ ସିଏ । ଦେଶ ପାଇଁ ସ୍ଵର୍ଣ୍ଣ ଅକ୍ଷରରେ ନିଜ ନାମକୁ କାଳ କାଳ ପାଇଁ ଲିପିବଦ୍ଧ କରି ଗଲେ । ଆଜିର ଦିନରେ ଅସହିଦ ଜିତ ଙ୍କୁ ଝୁରୁଛି ମାଟି ମା ।

new life
You might also like
error: Content is protected !!