News
WhatsApp Image 2023-10-04 at 17.25.00
samparksetu

ଝରା ଶ୍ରାବଣ ରେ ଚାଷୀର ମନ

ବାଦଲ ସଜେଇ ମାଦଳ ବଜେଇ
 ଭିଜି ଭିଜିକାନି ଉଡେଇ
ହସୁଛି ଧରଣୀ ଆସିଛି ଶ୍ରାବଣୀ
ଛ ଗୁଣ ଆନନ୍ଦ ନେଇ…

ବରଷା ଛିଟା ରେ ମାଦକତା ଭରି
ନାଚୁଛି ସବୁଜ ବନ
ଚାଷୀର ହୃଦୟ ଆନନ୍ଦେ ଅଧିର
ନାଚୁଛି ତ ତାର ମନ,,

ମେଘ ଘଡଘଡି ବିଜୁଳି ଚମକ
ବାଦଲ ଫଟେଇ ବର୍ଷା
ଫୁଙ୍ଗୁଳା  ଦେହ ରେ କ୍ଷେତ ଧାରେ ଧାରେ
ବେଉସଣ କରେ ଚଷା,,

ସବୁଜ କ୍ଷେତ ରେ ଫଳିବ ଫସଲ
କେତେ ଅସୁମାରୀ ସ୍ବପ୍ନ
ସାରା ରାଇଜ କୁ ଶସ୍ୟ ଯୋଗେଇକି
ଦେବ ଭୋକିଲା ଙ୍କୁ ଅନ୍ନ,,

ଏ ଦେଶ ର ଶିଶୁ ପିଲା ହେବେ ବଳଶାଳୀ
ଫୁଟେଇବ ମୁହେଁ ହସ
ଅଭାବ କଷଣ ହଟିବ ଦେଶ ରୁ
ହୋଇବ ଦେଶ ସମୃଦ୍ଧ,,

ସୁନାର ଫସଲ ଫଳିବ କ୍ଷେତ ରେ
ହସୁଛି ରେ ମାଟିପୁଅ
ମାଟି ସାଥେ ମାଟି ହୋଇ ଶ୍ରମ ଦାନେ
ଢ଼ାଳି ଦେଇ ଲହୁ ଲୁହ……

ଶ୍ରାବଣ ର  ଧାରା  ଆବାହନ କରେ
ଲକ୍ଷ୍ମୀ ହସିବେ କ୍ଷେତ ରେ
ଚାଷୀର ଅମାର ପୁରିବ ଶସ୍ୟ ରେ
ଗରବେ ଫୁଲୁଛି ଛାତି ରେ

✍️  ଅରବିନ୍ଦ ମହାଭୋଇ

new life
You might also like
error: Content is protected !!