News
WhatsApp Image 2023-10-04 at 17.25.00
samparksetu

ସିଏ କଳାକାର ଟିଏ

ଏଇଠି ସିଏ ଶୃଙ୍ଗାର ର କଵଜ ପିନ୍ଧି
ସ୍ବର ଓ ଛାନ୍ଦ କୁ ଅସ୍ତ୍ର ଭାବେ ଧରି
ନିଜକୁ ପ୍ରସ୍ତୁତ କରାଏ ରଙ୍ଗମଞ୍ଚ ର
କୁରୁକ୍ଷେତ୍ର ରେ l

ବିଜୟ କି ପରାଜୟ  ତା’ର କିଛି ହିସାବ
ସିଏ ରଖେନି ହଁ ସିଏ,ଜାଣିଛି କେବେ କେବେ
ଦର୍ଶକ ର ପ୍ରଶଂସାର ତାଳି ତ କେବେ ନିନ୍ଦା ଆଉ
ଅପନିନ୍ଦା ର ଗାଳି ତା ପାଇଁ ସାଉଁଟା ହୋଇ ଥିବ
ଦର୍ଶକ ଙ୍କ ମହଲ ରେ l

ହଁ ସିଏ ବି ଗୋଟେ ଯୋଦ୍ଧା  ଯିଏ ଜୀବନ ଯଂଜ୍ଞ ରେ
ଜଂଜାଳ ର ଭାର କୁ ତରାଜୁ ରେ ନମାପି ବି
ମନ ଭରି ଆହୁତି ଦେଇଦିଏ ନିଜର କଳା କୁ ଦର୍ଶକମହଲ ରେ
ପରିବେଷଣ କରିବାକୁ, ହଁ ସିଏ ଝଲମଲ ଆଲୋକ ର ପରିବେଶ ର ଯୋଦ୍ଧା ଟିଏ, ସିଏ କଳାକାର ଟିଏ…

✍🏻ଗୋପବନ୍ଧୁ ବାରିକ

new life
You might also like
error: Content is protected !!