News
WhatsApp Image 2023-10-04 at 17.25.00
samparksetu

ସ୍ମୃତି ତୁମେ


କି ପଶାପାଲି ଖେଳୁଛ ବିଧାତା
ଅନ୍ତର ଯାଉଛି ହଲି
ସବୁ ଜିତାପଟ ତୁମରି ହେଉଛି
ଆତ୍ମୀୟ ଯାଉଛି ଚାଲି ।

ବିଜୟ ହାରିଲେ ଅଜିତ ହାରିଲେ
ହାରି ଥିଲେ ହର ଭାଇ
ମୀନ ଯାଇଥିଲେ ଦେବୁ ଦାଦା ଗଲେ
ଅସ୍ତମିତ ଦାସ ଭାଇ ।

ସରଳ ହୃଦୟ ମଣିଷ ଭିଡରୁ
ବାଛି ବାଛି କାହିଁ ନିଅ
କି ଅବା ଆଉ ବାକି ରଖିଅଛ
ଥରେ ଖାଲି କହିଦିଅ ।

ମିହିର ସୂରୁଜ ମନ କୋଣାର୍କର
ଥିଲେ ଅବା ଦୀପ୍ତିମାନ
ଅଫେରା ରାଇଜ ଠିକଣା ବଢ଼େଇ
ଖଣ୍ଡ ଖଣ୍ଡ କଲ ମନ ।

କି ଗୁଣ ଗାଇବା କେଉଁଠୁ କହିବା
ଅଭିନୟ ନିଖୁଣତା
ସରଳ ଜୀବନ ଜଟିଳତା କାର୍ଯ୍ୟ
ବର୍ଷିୟାନ ଅଭିନେତା ।

ମନ କୁ ଯେତେ ବି ବୁଝାଇ କହିଲେ
ତୁମ ସ୍ଥାନ ଶୂନ୍ୟ ହେଲା
ବିଧିର ବିଧାନ ଚିରନ୍ତନ ସତ୍ୟ
କିଏ ଏଡାଇବ ଭଲା ।

ଯେଉଁଠି ରୁହ ହେ ପୁଣ୍ୟ ଆତ୍ମା ତୁମେ
ଶାନ୍ତି ପାଉ ଆତ୍ମା ତୁମ
ଅମର ରଖିବ ତୁମ କୀର୍ତି ଯଶ
ଦର୍ଶକ ଭାବର ପ୍ରେମ ।

✍️ଅଜିତ କୁମାର ଦାସ

new life
You might also like
error: Content is protected !!