ନନ୍ଦିନୀ ନିୟତି ପ୍ରକୃତି ରଜନୀ
ରାଜରାଜେଶ୍ୱରୀ ରେବତୀ ରୁଦ୍ରାଣୀ l
ଦକ୍ଷଜା ଦେବେଶୀ ଚଣ୍ଡିକା ଦର୍ଶିନୀ
ଇଶାନୀ କୌସିକୀ କାମାକ୍ଷୀ କଲ୍ୟାଣୀ l
କୁମ୍ଭାରୀ ଲଳିତା ମାଧବୀ ମାଳିନୀ
ଶୈଳଜା ସରଣ୍ୟl ସାରିକା ତାରିଣୀ l
ନିତ୍ୟା ନିରଞ୍ଜନା ମାୟା ମନସ୍ଵିନୀ
ସୌମ୍ୟା ତ୍ରିନୟନା ଆଦ୍ୟା ନାରାୟଣୀ l
ସତୀ ସାଧ୍ୱୀ ଅମ୍ୱା ଅପର୍ଣ୍ଣା ଭବାନୀ
ଛାୟା ଦିଗମ୍ବରୀ ହିମା ଘନାଞ୍ଜନୀ l
ଇଦା ହୟଗ୍ରୀବା ଇଲା ଭାବପ୍ରିତା
ଉମା ଭାମା ବ୍ରାହ୍ମୀ ବୈଷ୍ଣବୀ ଭାମିକା l
ଜ୍ୟୋତ୍ସ୍ନା ଇରାବତୀ ସାତ୍ୱିକା ସମ୍ଭାବୀ
ପ୍ରଭା ମହାମେଧା ଦୁର୍ଗା ଲୀଳାବତୀ l
ମହିଷମର୍ଦନୀ ମାତା କାତ୍ୟାୟନି
ତ୍ରାହି ମାଂ ତ୍ରାହି ମାଂ ଜଗତଜନନୀ l
✍️ ସୌମ୍ୟେନ୍ଦ୍ର ମିଶ୍ର