News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଢେଙ୍କାନାଳ ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବାକୁ ଶନିବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

“କୋଭିଡ୍ ମହାମାରୀ ସମୟରେ ଦେଶବ୍ୟାପୀ ଲକଡାଉନ କାରଣରୁ ପର୍ଯ୍ୟଟନ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ସ୍ୱଭାବିକ ସ୍ଥିତିରେ ଏହି କ୍ଷେତ୍ରର ବ୍ୟାପକ ଅଭିବୃଦ୍ଧି କରାଇବା ଜରୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ “ଦେଖୋ ଅପନା ଦେଶ” ଅନ୍ତର୍ଗତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦେଶ ଏବଂ ବିଦେଶରୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛି । ଏହା ଦ୍ୱାରା ଘରୋଇ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ” ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସାମାଜିକ ଓ ଆର୍ଥିକ ବିକାଶକୁ ଗୁରୁତ୍ୱ ଦେବା ଭିତ୍ତିରେ ଢେଙ୍କାନାଳ ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ କରାଯାଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଢେଙ୍କାନାଳ ପ୍ରତିବର୍ଷ ଶତାଧିକ ପର୍ଯ୍ୟଟକଙ୍କୁ ଏହି ସ୍ଥାନକୁ ଆସିବା ପାଇଁ ଆକୃଷ୍ଟ କରିଛି । କପିଳାସ, ଯୋରନ୍ଦା, ସପ୍ତଶଯ୍ୟା, ଢେଙ୍କାନାଳର ରାଜବାଟି ଏଠାକାର ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ରଖିଛି । ଜାଗର ସମୟରେ କପିଳାସ ମହାଦେବ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦାରେ ମହିମା ଧର୍ମର ପ୍ରଚାରକ ମହିମା ଗୋସାଇଁ ସମାଧି ସ୍ଥଳି ଅଛି । ମାଘମେଳା ସମୟରେ ସେଠାରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ପର୍ଯ୍ୟଟନର ବିକାଶ ଦ୍ୱାରା ସାମାଜିକ, ଆର୍ଥିକ ବିକାଶ ହେବ ଏବଂ ତୃଣମୂଳ ସ୍ତରରେ ଜୀବନଜୀବିକାମାନର ଉନ୍ନତି ହେବ ।

ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ସ୍ଥଳୀ ଏବଂ ସ୍ୱଦେଶ ଦର୍ଶନ ଯୋଜନାରେ ଆଧ୍ୟାମିକ ସର୍କିଟର ବିକାଶ ପାଇଁ ଢେଙ୍କାନାଳ ବ୍ୟାପକ ସୁଯୋଗ ପ୍ରଦାନ କରୁଛି । କରୋନା ମହାମାରୀ ଯୋଗୁଁ ଢେଙ୍କାନାଳ ଜିଲ୍ଲାରେ ବାଧାପ୍ରାପ୍ତ ହୋଇଥିବା ପର୍ଯ୍ୟଟନ କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ କରାଗଲେ, ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ । ଏହି ଅଞ୍ଚଳ ଓ ଆଖପାଖ ଅଞ୍ଚଳର ଆର୍ଥିକ ବିକାଶ ହେବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

new life
You might also like
error: Content is protected !!