ଢେଙ୍କାନାଳ ଜିଲ୍ଲାରେ ଦେଶୀ ବିଦେଶୀ ବନ୍ଧୁକ କାରବାର ବୃଦ୍ଧି ପାଇଛି । କଥା କଥାକେ ଫୁଟୁଛି ଗୁଳି । କେତେବେଳେ ରାଜନୈତିକ ଛକାପଞ୍ଝାକୁ ନେଇ ତ କେତେବେଳେ ବାଲିଘାଟ,ପଥରଖଣି ତ
କେତେବେଳେ ଶିକାର ପାଇଁ ବ୍ୟବହାର ହେଉଛି ବନ୍ଧକୁ । ଚୋରା ବନ୍ଧକୁ ଆସୁଛି କେଉଁଠାରୁ ଏବଂ ଦେଶୀ ବନ୍ଧକୁ ନିର୍ମାଣ ହେଉଛି କେଉଁଠ।ରେ ପୋଲିସ ତାର ସୁରାକ ବି ପାଇପାରୁନି ।
ଢେଙ୍କାନାଳ ପୌରାଧ୍ୟକ୍ଷଙ୍କ ଘର ସମ୍ମୁଖରେ ଗୁଳି କାଣ୍ଡ ସହତି କନ୍ଧପାଳ ଗ୍ରାମରେ ଜମି ବାଡି ବିବାଦକୁ ନେଇ ଗୁଳି କାଣ୍ଡ ଘଟିଛି । ପ୍ରତିଟି ଘଟଣାରେ ଦୁର୍ବୃତ୍ତମାନେ ଦେଶୀ ଏବଂ ବିଦେଶୀ ବନ୍ଧୁକର ବ୍ୟବହାର କରିଛନ୍ତି । ସେହିପରି କରଡାପାଳ ଜଙ୍ଗଲରେ କରଡାପାଳ ଗ୍ରାମର ସାଗର ଦେହୁରୀ ,କନ୍ତୋର ମାମୁରିଆ ସାହିର ବିକାଶ ମୁଣ୍ଡା ଓ ରଇଆ ମୁଣ୍ଡା ଙ୍କ ଠାରୁ ଦୁଇଟି ବନ୍ଧୁକ କିଛିଦିନ ତଳେ ଜବତ ହୋଇଥିଲା ।
ବିଗତ ଦିନରେ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଇ କରାଯାଇ୬ଟି ବନ୍ଧକୁ ଜବତ କରାଯାଇଥିଲା । ୨୦୨୦ ମସିହାରେ ୭ଟି ବନ୍ଧୁକ ଜବତ କରାଯାଇଛି । ଜିଲ୍ଲାରେ ବିଭିନ୍ନ ସମୟରେ ହେଉଥବା ଗଣ୍ଡଗୋଳରେ ସର୍ବଦା ଦେଶୀ ବନ୍ଧୁକ ବ୍ୟବହାର କରାଯାଇଛି । ଭୁବନ ତହସିଲ ହେଉ କି ନିହଲପ୍ରସାଦ ପଥର ଖଣି, ଭୋଟ ସମୟରେ ଭୋଟ ବାକ୍ସ ଲୁଟ ଘଟଣାରେ ସର୍ବଦା ବନ୍ଧୁକର ବ୍ୟବହାର କରାଯାଉଛି ।
ଢେଙ୍କାନାଳ ବନଖଣ୍ଡରେ ଶିକାରୀ ମାନେ ଦେଶୀ ବନ୍ଧୁକର ବହୁଳ ବ୍ୟବହାର କରୁଥିବାର ଜଣାପଡିଛି ।ତେବେ ଏହି ବନ୍ଧୁକ କେଉଁଠି ପ୍ରସ୍ତୁତ ହେଉଛି ଏବଂ କେଉଁ ସ୍ଥାନରୁ ଆସୁଛି ତାକୁ ନେଇ ପୋଲିସ ନିରବଦ୍ରଷ୍ଟା ସାଜିଛି । ପଥର ମାଫିଆ,ବାଲି ମାଫିଆଙ୍କ ମାନଙ୍କ ନିକଟରେ ରାଇଫଲସହିତ ମାଉଜର ରହୁଛି । ବିଭିନ୍ନ ସମୟରେ ବନବିଭାଗ,ତହସିଲ,ପ୍ରଶାସନ ପକ୍ଷରୁ ଚଢାଉ କରାଯାଉଥିବାବେଳେ ମାଫିଆ ମାନେ ଦେଶୀ ବେି ଦଶୀ ବନ୍ଧୁକର ବ୍ୟବହାର କରୁଛନ୍ତି ।ଏହା ସହିତ ବେଆଇନ ଭାବରେ ଡେଟୋନେଟର ବ୍ୟବସାୟ , ଡିନାମାଇଟ ବ୍ୟବହାର ବୃଦ୍ଧି ପାଉଛି । ବିଭିନ୍ନ ସମୟରେ ଡିନାମାଇଟ ଦ୍ୱାରା ବ୍ରାହ୍ମଣୀ ନଦୀରେ ମାଛ ଧରାଯାଉଛି । ଜିଲ୍ଲରେ ଦେଶୀ ବିଦେଶୀ ବନ୍ଧୁକର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି ।
ସରକାରଙ୍କ ଆର୍ମସ ଆକ୍ଟ ଅନୁସାରେ ବେଆଇନ ଭାବରେ ବନ୍ଧୁକ
ରଖିବା ଦଣ୍ଡନୀୟ ହୋଇଥିବା ବେଳେ କେବଳ ସ୍ୱିକୃତୀପ୍ରାପ୍ତ ବା ଲାଇସେନ୍ସଧାରୀ ମାନେ ବନ୍ଧୁକ ବ୍ୟବହାର କରିପାରିବେ । କିନ୍ତୁ ଜିଲ୍ଲାକୁ ବେଆଇନ ଭାବରେ ବନ୍ଧକୁ ଯୋଗାଣ ହେଉଥୁବା ଯୋଗୁ କଥାକଥାକେ ଗୁଳି କାଣ୍ଡ ଦେଖିବାକୁ ମିଳୁଛି । ଗତ କିଛି ଦିନ ହେବ ଜିଲ୍ଲାରେ ଦେଶୀ ବନ୍ଧୁକର ହବ ପାଲଟିଥିବା ବେଳେ ହେରୋଇନ ଭଳି ନିଶାଦ୍ରବ୍ୟର ମଧ୍ୟ ବ୍ୟବହାର ବୃଦ୍ଧି ପାଉଛି ।