News
WhatsApp Image 2023-10-04 at 17.25.00
samparksetu

ଜଳକ୍ଲିଷ୍ଟ ସହର ଢେଙ୍କାନାଳ ; ୫୦ବର୍ଷ ଧରି ଲାଗିରହିଛି ପାନୀୟ ଜଳ ସମସ୍ୟା

ଢେଙ୍କାନାଳ ସହରରେ ୫୦ ବର୍ଷ ଧରି ପାନୀୟ ଜଳ ସଙ୍କଟ ଲାଗିରହିଛି । ପାଣି ଟୋପେ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ବେଳେ ଟ୍ୟାପରେ କେତେବେଳେ ପାଣି ଆସୁଛିତ କେତେବେଳେ ନାହିଁ । ଯାହା ଆସୁଛି ତାହା ସମୁଦ୍ର କୁ ଶଙ୍ଖେ । ସହର ତଳି ବସ୍ତି ସମସ୍ୟା ବି କହିଲେ ନସରେ । ପାନୀୟ ଜଳ ସଙ୍କଟ ଦୂର ହେବ କେବେ ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା ସହରବାସୀ ଅଶା ଆଶଙ୍କାରେ ରହିଛନ୍ତି ।

ଢେଙ୍କାନାଳ ସହରରେ ୨୦୧୧ ଜନ ଗଣନା ଅନୁସ।ରେ ମୋଟ ୨୩ଟି ୱାର୍ଡ ର ୭୧ ହଜାର ୮ଶହ ଲୋକ ବସବାସ କରୁଛନ୍ତି ମୋଟ ୩୦.୫୬ ବର୍ଗ କିଲୋମିଟର ଅଞ୍ଚଳରେ ମୋଟ ୧୪ ହଜାର ୩୬୦
ପରିବାର ବସବାସ କରୁଛନ୍ତି । ସେହିପରି ସହରରେ ମୋଟ ୨୮୫ ସରକାରୀ ଏବଂ ୧ ହଜାର ୨୯୭ ବେସରକାରୀ ସଂସ୍ଥା ରହିଛି । ଏହି ସବୁ ସଂସ୍ଥା ସହିତ ହୋଟେଲ,ଜଳଖିଆ ଦୋକାନକୁ ମୋଟ ୨୮୫ ଷ୍ଟାଣ୍ଡ ପୋଷ୍ଟ ଦ୍ୱାରା ପାନୀୟ ଜଳଯୋଗାଣ ହେଉଥିବା ବେଳେ ସେଥିରୁ ୧ଶହରୁ ଅଧକି ଭାଙ୍ଗି ରୁଜି ଗଲାଣି ।

ସହରରେ ମୋଟ ୩୧୦ଟି ନଳକୂପ ରହିଥିବା ବେଳେ ସେଗୁଡିକ ମଧ୍ୟରୁ ଅନେକ ନଷ୍ଟ ହୋଇଗଲାଣି ସହରରେ ଥିବା ମୋଟ ୨୩ଟି ୱାର୍ଡରୁ ୧୨ଟି ୱାର୍ଡକୁ ସମ୍ପୁର୍ଣ୍ଣ ଭାବରେ ପାଇପ ଯୋଗେ ପାନୀୟଜଳ ଯୋଗାଣ ହେଉଥିବା । ବେଳେ ଦୈନିକ ଆବଶ୍ୟକତା ଅନୁସାରେ ଜଳ ଯୋଗାଣ ହୋଇପାରୁ ନଥିବାର ଜଣାପଡିଛି ।

ସହରର ଥିବା ରେଙ୍ଗାଲୀ କେନାଲ,ଦଣ୍ଡାସାହି କୋରିଆଁ ,ଗୋପାଳସାଗର,ଜୁଆଙ୍ଗସାହି , ବଳରାମ ମନ୍ଦିର ନିକଟରେ ଥିବା ମାଳିସାହି, ରିଫ୍ୟୁଜି କଲୋନୀ, ଚଣ୍ଡିଆ ସାହି କାଠଗଡା, ଜୁଆଙ୍ଗ ସାହି , ତାଳବଣୀଆ ,କୁଞ୍ଜକାନ୍ତ ମଧୁବନ,ଦକ୍ଷୀଣ କାଳୀ,ବାଲିସାହି , ଖମାର ସାହି ଅଞ୍ଚଳରେ ପାନୀୟ ଜଳ ସଙ୍କଟ ବହୁତ ଅଧିକ ହେଉଛି । ଢେଙ୍କାନାଳ ସହରରେ ଦୈନକି ୧୦ ମିଲିୟନ ଲଟି ର ପାଣିର ଆବଶ୍ୟକତା ରହିଛି। କିନ୍ତୁ ବଡଯୋରା ନାଳ ନିକଟରେ ଥିବା ଗଭୀର କୂପରୁ ୦.୫୦ ମଲିୟନ ଲିଟର ,ବ୍ରାହ୍ମଣୀ ନଦୀରୁ ୩.୧୫ ମିଲିୟନ ଲିଟର,ମହିଷା ପାଟ ଗଭୀର କୂପରୁ ୨ ମିଲିୟ ନ ଲିଟର ଏବଂ ଅନ୍ୟ କପୂ ରୁ ୦.୯୫ ମିଲିୟ ନ ଲିଟର ଏଭଳି ମୋଟ ୬ .୬୦ ମିଲିୟନ ଲିଟର ଦୈନିକ ଜଳଯୋଗାଣ ହେଉଛି । ଯାହା ସହରବାସୀଙ୍କ ଆବଶ୍ୟକତା ପୂରଣ କରିବାରେ ସଫଳ ହେଉନାହିଁ। ବ୍ରାହ୍ମଣୀ ନଦୀରେ ଗଭୀର କୂପ
କରାଯାଇ ସେଠାରୁ ପାଣି ଆସିବା ପରେ ବଡଯେ।ରା ନିକଟରେ ପୁଣିଥରେ ତାକୁ ବିଶୋଧନ କରାଯାଇ ସହର ବାସୀଙ୍କୁ ଯୋଗାଇ ଦିଆଯାଉଛି । ସହରବାସୀଙ୍କ ପାଇଁ ଦଇନିକ ୧୦.୫୭ ମିଲିୟନ ଲିଟର ଜଳର ଆବଶ୍ୟକତା ରହିଥିବା ବେଳେ ଯେତିକି ପାଣି ଯୋଗାଇ ଦିଆଯାଉଛି ତାହା ଯଥେଷ୍ଟ ନୁହେଁ । ଏପେଟ ଜଳ ସ୍ତର ୭ ମିଟର ତାଳକୁ ଖସି ଗଲାଣି ।

ବେନିୟମ ଭାବରେ ଶହଶହ ବୋରୱେଲ ଖୋଳାଯିବା ଦ୍ୱାରା ଜଳସ୍ତର ହ୍ରାସ ପଇବାରେ ଲାଗିଛି। ଫଳରେ ଅନେକ ସ୍ଥାନକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ହେଉଛି । ସହର ବାସୀଙ୍କୁ ଜଳ ଯୋଗାଣ ପାଇଁ ସରକାର କଟକ ଜିଲ୍ଲା ଆଠଗଡ ଦେଇ ମହାନଦୀରୁ ପାଣି ଆଣିବାକୁ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। ସେଠାରୁ ପାଣି ଆସିବା ପରେ ଜିଲ୍ଲାର ଶଙ୍କରପରୁ ଠାରେ ୧୦ଏକର ଜମିରେ ଏକ ଜଳ ବିଶୋଧନ କେନ୍ଦ୍ର ସ୍ଥାପନ କରାଯିବ । ସେଠାରୁ ପୁଣି ପାଇପ ଯୋଗେ ଢେଙ୍କାନାଳ ସହରକୁ ପାଣିଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ଯୋଜନା ରହିଛି । କିନ୍ତୁ ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିବା ବେଳେ ସରକାରଙ୍କ ନାଲି ଫିତ। ତଳେ ଏହି ରହିଥିବାର ଜଣାପଡିଛି ।

new life
You might also like
error: Content is protected !!