News
WhatsApp Image 2023-10-04 at 17.25.00
samparksetu

ସ୍ବାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଶ୍ରୀମୂଳା ଠାରେ ଆନାଲାଇଜର ଉଦଘାଟିତ

ଶୋଭା ଦ୍ବାରା ପରିଚାଳିତ ସ୍ବାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଶ୍ରୀମୂଳା ଠାରେ ନବଭାରତ ଭେଞ୍ଚରସ ଲିମିଟେଡ ସହାୟତାରେ ଜନସାଧାରଣ ଙ୍କ ସୁବିଧା ନିମନ୍ତେ ଏକ ସେମି ଅଟୋ ଆନାଲାଇଜର ର ଉଦଘାଟନ ଓ ଜନସାଧାରଣ ଙ୍କ ନିମନ୍ତେ କାର୍ଯ୍ୟଖ୍ୟମ ଢେଙ୍କାନାଳ ର ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠି ଙ୍କ କଳକମଳରେ ଅନ୍ୟ ମାନ୍ଯଗଣ୍ଯ ଅତିଥିମାନଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଯାଇଛି ।

ସ୍ବାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଶ୍ରୀମୂଳା ଜନ ଆରୋଗ୍ଯ ସମିତି ର ଅଧ୍ୟକ୍ଷ ତଥା କାମାକ୍ଷାନଗର ଜୋନ ୨ ଜିଲ୍ଲାପରିଷଦ ସଭ୍ଯ ଅଶୋକ କୁମାର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ମୂଖ୍ଯ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ସରୋଜ କୁମାର ସେଠି ଯୋଗ ଦେଇ ପ୍ରଶାସନ ଓ ଜନସାଧାରଣ ଙ୍କ ଭିତରେ ସହଭାଗିତାରେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ଏଥିସହ ଶୋଭା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଆଗାମି ଦିନରେ ସ୍ବାସ୍ଥ୍ୟକେନ୍ଦ୍ର ର ଉନ୍ନତି ପାଇଁ ଯାହା ଆବଶ୍ୟକ ତହା ନିଶ୍ଚିତ ଭାବେ ପୁରଣ ହେବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୂଖ୍ଯ ଚିକିତ୍ସାଧିକାରୀ ଡାକ୍ତର ଅଶୋକ କୁମାର ଦାଶ,କାମାକ୍ଷାନଗର ବ୍ଲକ ଉନ୍ନୟନ ଅଧିକାରୀ ବିକାଶ କୁମାର ମହାନ୍ତି, ତୁମୁସିଙ୍ଗା ସରପଞ୍ଚ ପ୍ରିୟଙ୍କା ସାହୁ , ସ୍ବାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଶ୍ରୀମୂଳା ର ମୂଖ୍ଯ ଡାକ୍ତର ଜିତେନ୍ଦ୍ର ନାଥ ନନ୍ଦ ପ୍ରମୁଖ ଯୋଗଦାନ କରି ନିଜ ନିଜର ଅଭିଭାଷଣ ମାଧ୍ୟମରେ କିପରି ସ୍ବାସ୍ଥ୍ୟକେନ୍ଦ୍ର ର ଉନ୍ନତି ହୋଇପାରିବ ଓ ଆଗାମି ଦିନରେ ସମସ୍ତଙ୍କୁ କିପରି ଭଲ ସେବା ଓ ଉନ୍ନତ ମାନର ଚିକିତ୍ସା ଦିଆଯିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ସୂଚନାଥାଉକି ଏହି ସେମି ଅଟୋ ଆନାଲାଇଜର ର କାର୍ଯ୍ୟକ୍ଷମ ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ରେ ରକ୍ତ ,ମଳ ,ମୁତ୍ର, କଫ ,ଡାଇବେଟିସ, ଯକ୍ଷ୍ମା, ପରି ପାଖାପାଖି ୫୦ ଗୋଟି ପରିକ୍ଷା ବିନା ମୂଲ୍ଯ ରେ ଜନସାଧାରଣ ଙ୍କୁ ମିଳିବ । ଯାହା ଆଗରୁ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଉପଲବ୍ଧ ଥିଲା ଆଜି ଠାରୁ ତାହା ଏହି ସ୍ବାସ୍ଥ୍ୟକେନ୍ଦ୍ର ରେ ମିଳିପାରିବ। ଏଣୁ ସମସ୍ତେ ଏହାର ସୁଯୋଗ ନେବା ଆବଶ୍ୟକ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ ।ପରେ ସ୍ବାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଶ୍ରୀମୂଳା ଏ ବର୍ଷ ସରକାର ଙ୍କ ଠାରୁ ସମ୍ମାନ ଜନକ କାୟାକ୍ଳପ ପୁରସ୍କାର ପାଇଥିବାରୁ ଜିଲ୍ଲାପାଳ ଙ୍କ ଦ୍ବାରା କେକ କଟାଯାଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଯାଇଥିଲା ପରେ ଜିଲ୍ଲାପାଳ ସ୍ବାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଉପସ୍ଥିତ ଜନ ଆରୋଗ୍ଯ ସମିତି ର ଅଧ୍ୟକ୍ଷ ଜିଲ୍ଲାପାଳ ଓ ନବଭାରତ ର ପ୍ରତିନିଧିଙ୍କ ନିକଟରେ କେତେଗୁଡିଏ ବାକିଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଆଗାମି ଦିନରେ ଅଗ୍ରାଧିକାର ଭିତ୍ତିରେ ଯୋଗାଇବା ପାଇଁ ଅନୁରୋଧ କରିଥିଲେ ।

new life
You might also like
error: Content is protected !!