News
WhatsApp Image 2023-10-04 at 17.25.00
samparksetu

ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ନାହିଁ ଅଂଶୁଘାତ ରୋଗୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରକୋଷ୍ଠ


ଗଁଦିଆ ବ୍ଲକ ଅଧୀନରେ କାର୍ଯ୍ୟ କରୁଥିବା ଏକମାତ୍ର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ।କେନ୍ଦ୍ରରେ ଉକ୍ତ ବ୍ଲକର ୨୯ଗୋଟି ଗ୍ରାମପଞ୍ଚାୟତର ଜନସାଧରଣ ମାନେ ନିଜର ସ୍ଵାସ୍ଥ୍ୟସେବା ନିମନ୍ତେ ଏହି କେନ୍ଦ୍ର ଉପରେ ନିର୍ଭର ଶୀଳ ଥାଇ ପ୍ରତିଦିନ ଶହଶହ ସଂଖ୍ୟାରେ ନିଜର ରୋଗର ଉପଚାର ପାଇଁ ଏଠାକୁ ଆସିଥାନ୍ତି ।

କିନ୍ତୁ ଦୁଃଖର ବିଷୟ ଯେ ବର୍ତ୍ତମାନ ଯେପରି ଭାବରେ ଗ୍ରୀଷ୍ମ ପ୍ରଭାହ ଜାରି ରହିଛି ଏହାର ପ୍ରଭାବରେ ଜନତା ତ୍ରାହିତ୍ରାହି ଡାକୁଥିବା ବେଳେ କିନ୍ତୁ ଉକ୍ତ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ରୋଗୀ ମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ପ୍ରକୋଷ୍ଠ ନଥିବାର ଦେଖିବାକୁ ମିଳିଛି ଯାହା ଫଳରେ ଉକ୍ତ ରୋଗରେ ଆକ୍ରାନ୍ତ ରୋଗୀମାନେ ରୋଗର ଉପଶମ ପାଇଁ ଏଠାକୁ ଆସିଲେ ତାଙ୍କୁ କିପରି ଭାବରେ ଚିକିତ୍ସା କରାଯିବ ତାହା ଉପରେ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିବା ସହିତ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ଅପର ପକ୍ଷରେ କର୍ମଚାରୀ ମାନଙ୍କ ପାଇଁ ଶୀତତାପ ପ୍ରକୋଷ୍ଠର ସୁବିଧା ଥିବାବେଳେ କିନ୍ତୁ ଦୁଃଖର କଥା ଅଂଶୁଘାତ ରୋଗୀ ପାଇଁ ଶୀତତାପ ନିୟନ୍ତ୍ରୀତ ପ୍ରକୋଷ୍ଠ ନଥିବା ଜଣାଯାଏ ଉକ୍ତ ଘଟଣା ସମ୍ପର୍କରେ ଉକ୍ତ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ସ୍ଥିତପ୍ରଜ୍ଞା ମହାନ୍ତି କହିଛନ୍ତି ପ୍ରକୋଷ୍ଠ ରହିଛି କିନ୍ତୁ ତାହା ଶୀତତାପ ନିୟତ୍ରୀତ ନୁହେଁ । ଯେହେତୁ ଦୀର୍ଘ ଦିନ ଧରି ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇନାହିଁ । ସେଥିପାଇଁ ଏହି ସମସ୍ୟାର ସମାଧାନ ହେବାରେ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି ।

new life
You might also like
error: Content is protected !!