News
WhatsApp Image 2023-10-04 at 17.25.00
samparksetu

ରାଜ୍ୟ ସଡ଼କ ପରିବହନ ନିଗମର ଅଧିକାରୀଙ୍କ ଢେଙ୍କାନାଳ ବସଷ୍ଟାଣ୍ଡ ପରିଦର୍ଶନ ; ଢେଙ୍କାନାଳ ବସଷ୍ଟାଣ୍ଡର ହେବ ନବକଳେବର

ରାଜ୍ୟ ସଡ଼କ ପରିବହନ ନିଗମର ଅଧିକାରୀଙ୍କ ଢେଙ୍କାନାଳ ବସଷ୍ଟାଣ୍ଡ ପରିଦର୍ଶନ । ଜାଞ୍ଚକଲେ ଭିତ୍ତିଭୂମି, ବସଷ୍ଟାଣ୍ଡ ର ବିକାଶ ଏବଂ ଏହାକୁ ଏକ ମଡେଲ ଵସଷ୍ଟାଣ୍ଡ ରେ ଭାବରେ ପରିଣତ କରିବା ପାଇଁ ଓଏସଆରଟିସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ପରିଦର୍ଶନ ସମୟରେ ଓଏସଆରଟିସିର ଜେନେରାଲ ମ୍ୟାନେଜର ବ୍ରଜଗୋପାଳ ଆଚାର୍ଯ୍ୟ , ଇଷ୍ଟେଟ ଅଫିସର ଉମାକାନ୍ତ ବାରିକ , କନିଷ୍ଟ ଯନ୍ତ୍ରୀ ସାଲଖା ମାଝୀ ପ୍ରମୁଖ ସାମିଲ ଥିଲେ ।

ପୂର୍ବରୁ ପ୍ରସାରିତ ଖବର

ବସଷ୍ଟାଣ୍ଡ ର ଶୋଉଚାଳୟ କୁ ଆଧୁନିକ ଶୈଳିରେ ନିର୍ମାଣ କରିବା ସହ ଉନ୍ନତ ବିଶ୍ରାମାଗାର ଏବଂ ବସଷ୍ଟାଣ୍ଡ୍ ର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅଲଗା ଶୈଳୀରେ କରାଯିବା ପାଇଁ ସ୍ଥିର ହୋଇଛି ଏବଂ ମାପ ଚୁପ କରି ନିର୍ମାଣ ର ଉଦ୍ୟମ ଆରମ୍ଭ ହୋଇଛି ।

ଢେଙ୍କାନାଳ ବସଷ୍ଟାଣ୍ଡ ର ଦୟନୀୟ ଅବସ୍ଥା ଅନେକ ଥର ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିବା ବେଳେ ନଭେମ୍ବର ମାସରେ ବସଷ୍ଟାଣ୍ଡ ର ଶୌଚାଳୟର ଶୋଚନୀୟ ଅବସ୍ଥା ଉପରେ ଆମେ ପ୍ରଶାସନ ର ଦୃଷ୍ଟି ଗୋଚର କରିଥିଲୁ ।

new life
You might also like
error: Content is protected !!