News
WhatsApp Image 2023-10-04 at 17.25.00
samparksetu

ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ଗଁଦିଆ ବ୍ଲକ ଅନ୍ତର୍ଗତ କାବେରା ଗ୍ରାମ ପଞ୍ଚାୟତ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ଅଧିନସ୍ତ ଏକ ନୃତନ ଗ୍ରାହକ ସେବା କେନ୍ଦ୍ରର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

ଗ୍ରାହକ ସେବା କେନ୍ଦ୍ର ସ୍ୱତ୍ତାଧିକାରୀ ନମିତା ସାମଲଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଉତ୍ତ କାଯ୍ୟକ୍ରମରେ ଯୋରନ୍ଦା ଶାଖା ପରିଚାଳକ ଶ୍ରୀଯୁକ୍ତ ପ୍ରଭୁଦତ୍ତ ଚକ୍ରବର୍ତ୍ତୀ ସାହୁ ମୁଖ୍ୟ ଅତିଥିଭାବେ, ଶ୍ରୀମତୀ ମମତା ମହାନ୍ତି ସରପଞ୍ଚ କାବେରା ଗ୍ରାମ ପଞ୍ଚାୟତ ଓ ଶ୍ରୀଯୁକ୍ତ ବିମଳ କୁମାର ପଣ୍ଡା ଜିଲ୍ଲା ସଂଯୋଜକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଗ୍ରାହକ ସେବା କେନ୍ଦ୍ର ଉଦଘାଟତ କରିଥିବାବେଳେ ଏଥିରେ ଅନ୍ୟତମ ଅତିଥି ଭାବେ ସମାଜସେବୀ ଜ୍ଞାନରଞ୍ଜନ ମହାନ୍ତି ଯୋଗଦାନ କରିଥିଲେ ।

ଉକ୍ତ ସଭାରେ ଗ୍ରାମର ବହୁତ ମାନ୍ୟଗଣ ବ୍ୟକ୍ତି SHG ମହିଳା ଗୋଷ୍ଠୀ, ଅଙ୍ଗନୱାଡୀ , ଆଶାକର୍ମୀ ଉପସ୍ଥିତ ରହିଥିଲେ । ପରିଶେଷରେ ଅଭିଜ୍ଞ କିଓସ୍କ ପରିଚାଳକ ଗୋପବନ୍ଧୁ ବେହେରାଙ୍କ ଦ୍ଵାରା ଭାରତ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାରୀ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଜନଧନ ଖାତା ଖୋଲିବା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଆଦି ସେବା ବିଷୟରେ ଆଲୋକପାତ କରିଥିଲେ l

new life
You might also like
error: Content is protected !!