News
WhatsApp Image 2023-10-04 at 17.25.00
samparksetu

ଷ୍ଟେସନ ନିକଟରେ ଆତ୍ମହତ୍ୟା ଉଦ୍ୟମ, ହାତ କାଟିଲେ ମହିଳା !

ଗୋଟିଏ ପଟେ ଚାଲିଥିଲା ରଙ୍ଗର ପର୍ବ ହୋଲି କଟକଣା ଭିତରେ ନିଜ ପରିବାର ସହ ଓଡ଼ିଶା ବାସୀ ପାଳୁଥିଲେ ଏଇ ପର୍ବ । ଅନ୍ୟପଟେ ଘଟିଥିଲା ଅଭାବନୀୟ ଘଟଣା ।

ଷ୍ଟେସନ ନିକଟରେ ଜଣେ ମହିଳା ଏକ ବ୍ଲେଡ଼ ସାହାଯ୍ୟରେ ନିଜ ହାତ କାଟି ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଟେଭଵ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ୍ ।

ଗତକାଲି ଦିନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିଂ ଛକ ନିକଟରେ ଜଣେ ମହିଳା ବ୍ଲେଡ଼ ରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହୋଲି ପାଇଁ ଶାନ୍ତିଶୃଙ୍ଖଳା ବଜାୟ ରଖବା ପାଇଁ ଉପସ୍ଥିତ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ତେବେ ମହିଳା ଜଣଙ୍କ ଢେଙ୍କାନାଳ ଜିଲ୍ଲାର ହୋଇଥିବା କହିଥିବା ବେଳେ, ତାଙ୍କ ମାନସିକ ଅବସ୍ଥା ଭଲ ନଥିବା କହିଛନ୍ତି ଖାରବେଳନଗର ଥାନା ଅଧିକାରୀ । ଅନ୍ୟପଟେ ଚିକିତ୍ସା ପରେ ଏହି କାଣ୍ଡର ଗୁମର ଫିଟିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!