News
WhatsApp Image 2023-10-04 at 17.25.00
samparksetu

ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ହିନ୍ଦୋଳ ବେଡାପଡା ଠାରେ ମା ଅଧ୍ୟାରୀ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ୧୧ତମ ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି ୮ଟି ଦଳ। ଆଜି ଉଦଘାଟନ ମ୍ୟାଚ୍ ରେ ରାଇଜିଙ୍ଗ୍ ଷ୍ଟୁଡେଣ୍ଟ କଟକ ବନାମ ୟୁଥ ସ୍ପୋର୍ଟିଙ୍ଗ ତାଳଚେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାଇଜିଙ୍ଗ୍ ଷ୍ଟୁଡେଣ୍ଟ କଟକ ଟସ୍ ବିଜୟୀ ଲାଭ କରି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଧାରିତ ୨୫ଓଭରରେ ୮ ୱିକେଟ ହରାଇ ସଂଗ୍ରହ କରିଥିଲା ୩୦୬ ରନ୍ ।

ଦଳ ପକ୍ଷରୁ ବିସ୍ଫୋରକ ବ୍ୟାଟସ୍ମାନ ଅବିନାଶ ନାୟକ ୪୦ ବଲରୁ ୮୧ ରନ୍ କରିଥିଲେ । ୩୦୭ ରନ୍ ବିଜୟ ଲକ୍ଷ କୁ ଆଖି ଆଗରେ ରଖି ୟୁଥ ସ୍ପୋର୍ଟିଙ୍ଗ ତାଳଚେର ନିର୍ଧାରିତ ୨୫ଓଭରରେ ୭ୱିକେଟ ହରାଇ ୨୭୧ ରନ୍ କରିବାରେ ସକ୍ଷମ ହୋଇଥିଲା ।ଦଳ ପକ୍ଷରୁ ସନ୍ତୋଷ ଜେନା ୩୧ ବଲରୁ ୫୦ରନ୍ କରିଥିଲେ । ୟୁଥ ସ୍ପୋର୍ଟିଙ୍ଗ ତାଳଚେର ମ୍ୟାଚ୍ ରେ ୩୫ରନ୍ ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟୀ ହୋଇଛି । ସାଈ ପ୍ରସାଦ ଆଚାର୍ଯ୍ୟ ୫ଓଭରରେ ୪୪ରନ୍ ଦେଇ ୨ ୱିକେଟ ଅକ୍ତିଆରେ କରିଥିଲେ । ଅବିନାଶ ନାୟକ ମ୍ୟାନ୍-ଅଫ୍-ମ୍ୟାଚ୍ ବିବେଚିତ ହୋଇଥିଲେ । ଖେଳକୁ ପରିଚାଳନା କରୁଥିଲେ ପ୍ରଶାନ୍ତ ଦାସ ଓ ସନ୍ତୋଷ ସାମଲ ।

ମିହିର ରାଉତ ଓ ବିରେନ୍ଦ୍ର ସାମଲ ସ୍କୋର୍ ଦାୟିତ୍ୱ ବହନ କରିଥିଲେ। ଉଦଘାଟନୀ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବେଡାପଡା ଗ୍ରାମ ର ସଭାପତି ଦୁଷ୍ମନ୍ତ ଗଡନାୟକ,ସମାଜସେବୀ ବିକାଶ ସାମଲ, ଖେଳକୁ ଅର୍ଗାନାଇଜ କରୁଛନ୍ତି ଅଜିତ କୁମାର ସାମଲ ।

new life
You might also like
error: Content is protected !!