News
WhatsApp Image 2023-10-04 at 17.25.00
samparksetu

ରକ୍ତଦାତାଙ୍କ ମହାନତା, ସମ୍ପର୍କ ସେତୁର ସଫଳତା : ରକ୍ତ ପାଇଲେ ୨୨ ବର୍ଷୀୟ ଯୁବକ

ହାତପାହାନ୍ତାରେ ରକ୍ତଦାତା ପୁଣି ଅଵଶ୍ୟକୀୟ ଅଞ୍ଚଳ ଏବଂ ଆବଶ୍ୟକ ମୁତାବକ ବ୍ଲଡ଼ ଗ୍ରୁପ । ରକ୍ତଅଭାବ ଦୂରୀକରଣ ପାଇଁ ଢେଙ୍କାନାଳ ଜିଲ୍ଲା ବାସୀଙ୍କ ପାଇଁ ଆମର ଅଭିନବ ପ୍ରୟାସ ଅନଲାଇନ୍ ରକ୍ତସେବା ବା ‘ ସମ୍ପର୍କ ସେତୁ ‘ ।

କିଛିଦିନ ତଳେ ଢେଙ୍କାନାଳ ଅପଡେଟ୍ ର ଏହି ପ୍ରୟାସ ଯୋଗୁଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୨ ବର୍ଷୀୟ ଯୁବକଙ୍କୁ ଅତ୍ୟାବଶ୍ୟକ ସମୟରେ ରକ୍ତଦାନ କରିଛନ୍ତି  ରକ୍ତଦାତା ।

ସୂଚନା ଅନୁଯାୟୀ  ଗତ ରବିବାର ଅପରାହ୍ନ ତୁମୁସିଂହା ଗ୍ରାମର ତୀର୍ଥବାସ ସାହୁଙ୍କ ପୁଅ ପିଣ୍ଟୁ ସାହୁର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ପିଣ୍ଟୁଙ୍କ  ରକ୍ତ ଆବଶ୍ୟକ ହୋଇଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟ ସମ୍ପର୍କସେତୁ ମାଧ୍ୟମରେ ୨ ଜଣ ରକ୍ତଦାତା ଙ୍କୁ ଯୋଗାଯୋଗ କରିଥିଲେ । ତତ୍ପରତା ଦେଖାଇ ରକ୍ତଦାତା  ସଙ୍ଗେ ସଙ୍ଗେ ମେଡିକାଲ ରେ ପହଞ୍ଚି ରକ୍ତ ଦାନ କରି ଥିଲେ । ତେବେ ମୋବାଇଲ ଯୋଗେ ଏଭଳି ସେବା ଦେଖି ପିଣ୍ଟୁ ଙ୍କ ପରିବାର କୁଣ୍ଢେମୋଟ ହୋଇ ଉଠିଥିଲା । ସମ୍ପର୍କ ସେତୁ ମାଧ୍ୟମରେ ପିଣ୍ଟୁ ଙ୍କୁ ରକ୍ତ ମିଳିପାରିଥିବା ହେତୁ ତାଙ୍କ ପରିବାର ସମ୍ପର୍କ ସେତୁ ଏବଂ ଢେଙ୍କାନାଳ ଅପଡେଟ୍ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ତେବେ ଆମ ପରିବାର ତରଫରୁ ରକ୍ତଦାତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇବା ସହ ଜିଲ୍ଲାର ସମସ୍ତ ରକ୍ତଦାତା ‘ ସମ୍ପର୍କ ସେତୁ’ ରେ ରେଜିଷ୍ଟ୍ରେସନ କରି ଜିଲ୍ଲାରୁ ରକ୍ତ ଅଭାବ ସମ୍ପୂର୍ଣ୍ଣ  ଦୂରୀକରଣ କରିବାକୁ ଅନୁରୋଧ ।

http://dhenkanalupdate.com/bd1

new life
You might also like
error: Content is protected !!