News
WhatsApp Image 2023-10-04 at 17.25.00
samparksetu

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଶ୍ୱେତାଲିନା

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଢେଙ୍କାନାଳ ସହରର ଶ୍ୱେତାଲିନା ପଣ୍ଡା ।

ଶ୍ୱେତାଲିନା ଅସହାୟ ଏବଂ ବସ୍ତିରେ ରହୁଥିବା କୁନି ପିଲାଙ୍କ ଗହଣରେ ପାଳିଛନ୍ତି ତାଙ୍କର ଜନ୍ମଦିନ । ଏହି ଅବସରରେ ଶ୍ୱେତାଲିନା କୁନି ପିଲାଙ୍କୁ ଚକଲେଟ କେକ୍ ଖୁଆଇବା ସହ ଦିନଟିଏ ପାଇଁ ହେଉ ପଛେ ଯେପରି ସମସ୍ତେ ପେଟପୁରା ଖାଇପାରିବେ ଏନେଇ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି ସେ ।

କାହା ମୁହଁରେ ଯଦି ଚେନାଏ ହସ ଫୁଟାଇ ପାରିବା ତେବେ ଆମ ଜୀବନ ବି ଆନନ୍ଦମୟ ହୋଇଉଠିବ ଏହା ଥିଲା ଶ୍ୱେତାଲିନା ଙ୍କ ଚିନ୍ତାଧାରା, ତେବେ ଏହି ପ୍ରଚେଷ୍ଟାରେ ତାଙ୍କ ସାଥ ଦେଇଥିଲେ ଶ୍ୱେତାଙ୍କ ଭାଇ ଆଶିଷ ପଣ୍ଡା ।

ମଦର ଟେରେସା କହିଥିଲେ, ଯଦି ଆପଣ ଶହେ ଜଣଙ୍କୁ ଖୁଆଇ ପାରୁନାହାନ୍ତି ତେବେ ଜଣଙ୍କୁ ଖୁଆଇବା ପାଇଁ ଚେଷ୍ଟା କରନ୍ତୁ । ଏହି ମର୍ମରେ ଯଦି ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଅସହାୟଙ୍କ ମୁହଁରେ ହସ ଫୁଟାଇ ପାରନ୍ତି ତେବେ ଦୁନିଆ ବଦଳିଯିବ ବୋଲି ଆଶିଷ କହିଛନ୍ତି ।

new life
You might also like
error: Content is protected !!