News
WhatsApp Image 2023-10-04 at 17.25.00
samparksetu

ମହିଳା ସଶକ୍ତିକରଣ ପାଇଁ ଟାଟା ଷ୍ଟିଲ ବିଏସଏଲର ସିଲାଇ ପ୍ରଶିକ୍ଷଣ


ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁରରେ ଅବସ୍ଥିତ ଟାଟାଷ୍ଟିଲ ବିଏସଏଲ ସ୍ଥାନୀୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମହିଳାମାନଙ୍କୁ ସିଲାଇ ମେସିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। କୋଭିଡ ୧୯ ଲକଡାଉନ ପରେ ଅର୍ଥନୈତିକ କ୍ଷେତ୍ରରେ ମହିଳା ମାନେ କିପରି ସୁଦୃଢ ହୋଇପାରିବେ ସେଥିନିମିତ୍ତ କମ୍ପାନୀର ସିଏସଆର ଟିମ୍ ଏହି ଉଦ୍ୟମ କରିଛି। ନୂଆଗାଁ ପଞ୍ଚାୟତର ରଘୁନାଥ ପୁର ଗାଁର ନୂଆକରି ଆରମ୍ଭ ହୋଇଥିବା ସିଲାଇ କେନ୍ଦ୍ରକୁ କମ୍ପାନୀର ସିଏସଆର ମୁଖ୍ୟ ଶ୍ରୀ ଦିବ୍ଯହାସ ରାୟ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।


ତିନି ମାସ ଧରି ଚାଲିବାକୁ ଥିବା ଏହି ତାଲିମ କାର୍ଯ୍ୟରେ ୭ଟା ସ୍ବୟଂ ସହାୟକ ଗୋଷ୍ଠୀର ୨୫ଜଣ ମହିଳା ସିଲାଇ କରିବା ତାଲିମ ନେବେ। ସିଲାଇ ସହ ବଜାର ସହ କିପରି ଯୋଗାଯୋଗ କରିବା ସେ ବିଷୟରେ ତାଲିମ ଦିଆଯିବ।
ପୂର୍ବରୁ କମ୍ପାନୀ ପକ୍ଷରୁ ହିନ୍ଦୋଳ ଉପଖଣ୍ଡରେ ଇଟାପ, କୁରୁଣ୍ଟି, ନୂଆଗାଁ, ଶିବପୁର ପରି ଛଟି ଗାଁର ମହିଳାମାନଙ୍କୁ ତାଲିମ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ କୋଅପରେଟିଭ ସୋସାଇଟ ର ୩୬ ଜଣ ସଦସ୍ୟ ୭୫,୦୦୦ ଟଙ୍କାର ମାସ୍କ ବିକ୍ରି କରିଛନ୍ତି। ବର୍ତମାନ ସେମାନେ ୩୫ଟି ଡିଲକ୍ସ ଅଟୋମେଟିକ ମେସିନ ଆଣି ବ୍ୟବସାୟିକ ଭିତ୍ତିରେ କାମ ଆରମ୍ଭ କରିବା ପାଇଁ ଯାଉଛନ୍ତି।
କମ୍ପାନୀ ର ଏ‌ହି ପଦକ୍ଷେପ ସ୍ଥାନୀୟ ମହିଳାଙ୍କୁ ରୋଜଗାରକ୍ଷମ କରିବା ପାଇଁ ସହାୟକ ହୋଇପାରିଛି।

new life
You might also like
error: Content is protected !!