News
WhatsApp Image 2023-10-04 at 17.25.00
samparksetu

ଫେସବୁକ୍ ଲାଇଭରେ ସୁଇସାଇଡ୍ କଲେ ଯୁବକ, ଭାଇରାଲ ହେଲା ଭିଡିଓ !

ଫେସ୍‌ବୁକ୍‌ରେ ଲାଇଭ୍ ‌ସୁଇସାଇଡ୍‌ କଲେ ଯୁବକ । ଲାଇଭ ଭିଡ଼ିଓରେ ତାଙ୍କ ମୃତ୍ୟୁ ପାଇଁ ଭାଉଜଙ୍କୁ ଦୋଷ ଦେଲେ ଯୁବକ, ଭାଇର କିଛି ଦୋଷ ନଥିବା କହିଲେ ଯୁବକ । ଢେଙ୍କାନାଳ ସଦର ଥାନା ତରଭା ଗାଁର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଯୋଗ୍ୟ କି , ଏହି ଅଞ୍ଚଳର କୁନାଳ ସ୍ୱାଇଁ ନାମକ ଯୁବକ ଗତକାଲି ରାତିରେ ବିଷ ପିଇ ଫେସ୍‌ବୁକ୍‌ ଲାଇଭ୍‌ କରିଥିବା ର ଭିଡିଓ ସମ୍ନାକୁ ଆସିଛି ଯାହ କି ଭାଇରାଲ ହେବାରେ ଲାଗିଛି । କୁନାଳ ବିଷ ପିଇଦେବା ପରେ ପରିବାର ଲୋକ ତାଙ୍କୁ କଟକ ନେଇଥିଲେ । କିନ୍ତୁ ସଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଫେସ୍‌ବୁକ୍‌ ଲାଇଭରେ ତାଙ୍କୁ ତାଙ୍କ ଭାଉଜ ଓ କିଛି ଗ୍ରାମବାସୀ ହଇରାଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ମୃତ ଯୁବକ କୁନାଳ ମୋବାଇଲ ଟାୱାରରେ କାମ କରୁଥିଲେ । ତେବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

new life
You might also like
error: Content is protected !!