ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ତର୍କାବେଡ଼ା ଗ୍ରାମରେ ଚୈତ୍ର ପୂର୍ଣ୍ଣିମା (ଗ୍ରାମର ବାର୍ଷିକ ଉତ୍ସବ) ଅବସରରେ
ପ୍ରାୟ ୨୦୦ ବର୍ଷ ଧରି କାଗଜରେ ତିଆରି ଫୁଲର ପରମ୍ପରା, ଆଜି ବି ଜୀବନ୍ତ ସଜଫୁଟା ଫୁଲର ଭ୍ରମ ସୃଷ୍ଟି କରୁଛି ।
ଏବେର ସାମୟିକ ପାରିପାର୍ଶ୍ବିକ ପରିସ୍ଥିତି ବାଧ୍ୟ କରିଛି କିଛି ସମୟ ନୀରବ ରହିବା ପାଇଁ ,କିନ୍ତୁ ଏହାର ଅବଧି ସ୍ୱଳ୍ପ ସମୟ ପାଇଁ । କିନ୍ତୁ ଆମ ମନ ଆଉ ହୃଦୟରୁ ଏହାକୁ କେହି କେବେ ମଧ୍ଯ ଭୁଲିପରିବେ ନାହିଁ । ସମୟତ ଗତିଶୀଳ ନିଶ୍ଚୟ ,ପୁଣି ଥରେ ଫେରିଆସିବ ଅତୀତର ଗୌରବମୟ ପୁଣି ସେଇ ପୁରୁଣା ସମୟ ନୂଆ ରୂପରେ ।
ଆମେ ପୁଣି ଥରେ ଏକାଠି ହୋଇ ଜାବୁଡି ଧରିବା ଆମର କଳା, ସଂସ୍କୃତି ଆଉ ପରମ୍ପରାକୁ । ସେତେ ବେଳକୁ ଥିବ ନା କୌଣସି ବାଧା ନା କୌଣସି କଟକଣା,ଖାଲି ଥିବ ଆମ ଅତୀତର ଗୌରବମୟ ଗାଥା ଆଉ ଆଖି ସାମ୍ନାରେ ଏହାର ପ୍ରତିଫଳନ ।
📸✍️ ତପନ କୁମାର ବିଶ୍ବାଳ