News
WhatsApp Image 2023-10-04 at 17.25.00
samparksetu

ଟାଟା ବିଏସ୍ଏଲ୍ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ଅଭିଯାନ ୨୦୨୧ ପାଳନ

ଛାତ୍ରଛାତ୍ରୀ,ଗ୍ରାମବାସୀ ଏବଂ ଏନ୍ଏଚ୍ ୫୫ ର ଯାତ୍ରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ଢେଙ୍କାନାଳ ଆରଟିଓ ଶ୍ରୀଯୁକ୍ତ ବସନ୍ତ କୁମାର ମାଝୀ। ଜାତୀୟ ସଡ଼କ ସୁରକ୍ଷା ମାସର ଏକ ଅଂଶ ଭାବରେ ଟାଟାଷ୍ଟିଲ ବିଏସ୍ଏଲ୍ କମ୍ପାନୀ ଦ୍ବାରା ସମସ୍ତ କର୍ମଚାରୀ , ସ୍ଥାନୀୟ ଗ୍ରାମବାସୀ, ଏବଂ ଏନ୍ଏଚ୍ ୫୫ ଜାତୀୟ ରାଜପଥ ଯାତ୍ରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ଦୀର୍ଘ ଏକମାସ ରୁ ଉର୍ଦ୍ଧ ଧରି ଚାଲୁରହିଥିବା ଏହି ଅଭିଯାନ କେବଳ ପ୍ଳାଣ୍ଟ ଭିତରେ ସୀମିତ ନୁହେଁ ବରଂ ପ୍ଳାଣ୍ଟ ର ନିକଟସ୍ଥ ଗାଁ ଗୁଡିକରେ ମଧ୍ଯ ସଡ଼କ ସୁରକ୍ଷା କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି।

ଏହି ଅବସରରେ ଢେଙ୍କାନାଳର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ମାଝି ମୂଖ୍ଯ ଅତିଥି ଭାବେ ଯୋଗଦେବା ସହିତ କମ୍ପାନୀର ସୁରକ୍ଷା ବିଭାଗର ମୁଖ୍ଯ ଶ୍ରୀଯୁକ୍ତ ଅଗମ କୁମାର, ବିଭାଗୀୟ ସହ ଉପସଭାପତି ଗୌତମ ହାକ୍ରା, ସିକ୍ୟୁରିଟି ବିଭାଗର ଜେନେରାଲ ମ୍ୟାନେଜର ଦୀପକ କୁମାର ସମେତ ଟାଟାଷ୍ଟିଲ ବିଏସ୍ଏଲ୍ ର ବରିଷ୍ଠ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

ପ୍ଳାଣ୍ଟ ର ମୂଖ୍ଯ ଫାଟକ ତଥା ୫୫ ନମ୍ବର ରାଜପଥରେ ସିଟବେଲ୍ଟ ହେଲମେଟ୍ ବ୍ୟବହାର କରିବା ଏବଂ ଅନ୍ଯାନ୍ଯ ସଡ଼କ ସୁରକ୍ଷା ନିୟମ ବାବଦରେ ଯାତ୍ରୀମାନଙ୍କୁ ସଚେତନ ମୂଳକ ଲିପ୍ଟ ଲେଟ୍ ଓ ବ୍ୟାଜ ବଣ୍ଟନ କରାଯାଇଥିଲା। ଉତ୍ତମ ସଡ଼କ ସୁରକ୍ଷା ଅଭ୍ୟାସ ର ପ୍ରଦର୍ଶନ ପାଇଁ ମନୋନୀତ ହୋଇଥିବା କମ୍ପାନୀର ଭେଣ୍ଡର ପାର୍ଟନର ଏବଂ ଡ୍ରାଇଭର ମାନଙ୍କୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ମାଝି ପୁରସ୍କୃତ କରିଥିଲେ ।

ସଡ଼କ ସୁରକ୍ଷା ଦିଗରେ ଟାଟା ବିଏସ୍ଏଲ୍ ଦ୍ବାରା ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଶ୍ରୀଯୁକ୍ତ ମାଝୀ ଅବଗତ କରାଇଥିଲେ। ସାରା ଦେଶରେ ଜାନୁଆରୀ ୧୮ ତାରିଖରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିବା ବେଳେ ଟାଟାଷ୍ଟିଲ ମାସ ଆରମ୍ଭରୁ ଏହି ଭଳି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପାଳନ କରିଆସୁଛି । ଯାହା ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ସେପରି ପ୍ଳାଣ୍ଟ ମଧ୍ଯରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏ ଦିଗରେ ସମ୍ବେଦନଶୀଳ ହେବା ପାଇଁ କୁଇଜ୍ ଏବଂ କର୍ମଚାରୀ ମାନଙ୍କ ମଧ୍ଯରେ ତାଲିମ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।

ସ୍ଥାନୀୟ ବାସିନ୍ଦାଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ କମ୍ପାନୀ ସିଏସଆର ଟିମ ସହଯୋଗ ଓ କମ୍ପାନୀ ସୁରକ୍ଷା ଅଧିକାରୀଙ୍କ ମିଳିତ ଉଦ୍ୟମରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।ଓଡାପଡା ବ୍ଳକ ର କୁଶୁପଙ୍ଗା ଗାଁ, ହିନ୍ଦୋଳ ବ୍ଲକର ଖଲିବେରେଣୀ ଗ୍ରାମରେ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବିଶେଷ କରି ଯୁବଗୋଷ୍ଠୀ ଏବଂ ଛାତ୍ରଛାତ୍ରୀଙ୍କ ସହିତ ବିସୃତ ଆଲୋଚନା ହୋଇଥିଲା। ସଡ଼କ ସୁରକ୍ଷା ବାର୍ତ୍ତା ପହଞ୍ଚାଇବା ସହିତ ଗୃହ ଓ ସଡ଼କ ସୁରକ୍ଷା ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଗୃହଲକ୍ଷ୍ମୀ ମହିଳା ସ୍ବୟଂସହାୟକ ଗୋଷ୍ଠୀର ସମସ୍ତ ସଦସ୍ଯଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଛି।

ସଡ଼କ ସୁରକ୍ଷାକୁ ଆହୁରି କଡାକଡି କରିବା ପାଇଁ ନିୟମିତ ଭାବେ ଟାଟାଷ୍ଟିଲ ପ୍ଳାଣ୍ଟ ପରିସର ମଧ୍ଯରେ ଡ୍ରାଇଭର ମାନଙ୍କର ମଦ୍ୟପାନ, ଯାନବାହାନର ବେଗ ଚେକିଂ ସହିତ ଭାରି ଯାନ ପାଇଁ ପୃଥକ ପାର୍କିଂ ବ୍ୟବସ୍ଥା ,ଦୁଇ ଚକିଆ ଯାନ ପାଇଁ ପୃଥକ୍ ଲେନ, ବ୍ୟାରିକେଡ ଉପରେ ପ୍ରତିଫଳିତ ହେଉଥିବା ରିଫ୍ଳେକ୍ଟର ର ବ୍ୟବହାର କରାଯାଇଛି । ସେହିପରି ପ୍ଳାଣ୍ଟ ପରିସର ମଧ୍ଯକୁ କାର୍ଯ୍ୟ ବ୍ୟସ୍ତତା ସମୟରେ ଭାରି ଯାନ ପ୍ରବେଶ ଉପରେ କଟକଣା, ବ୍ୟବହୃତ ଯାନ୍ତ୍ରିକ ଯାନର ତୃଟି ନୀରିକ୍ଷଣ, ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ର ଉପଯୋଗ, ଲୋଗୋ ଲେଭଲ କ୍ରସିଂ ରେ ଅଟୋମେଟେଡ୍ ଡ୍ରପ ଗେଟର ବ୍ୟବହାର ସଡ଼କ ସୁରକ୍ଷା ଉପରେ ତାଲିମ ଗ୍ରହଣ କରିବା ପାଇଁ ସଚେତନତା ସୃଷ୍ଟି କରିବା ସହିତ ଏହି ଦିଗରେ ଅଧିକ ଗୁରୁତ୍ବ ଦିଆଯାଇଛି ।

new life
You might also like
error: Content is protected !!