ଢେଙ୍କାନାଳ ଜିଲ୍ଲା ଓଡାପଡା ବକ୍ଲ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ଅଧିକାରୀ ମାରଣ ନିତୀ କୁ ନେଇ କାରଖାନାରେ ଅସନ୍ତୋଷର ନିଆଁ ଜଳିବାରେ ଲାଗିଛି । କର୍ମଚାରୀ ଙ୍କୁ ଡିଗ୍ରେଡେସନ କରିବା ସହିତ ଦରମାରେ ୧୦ ପ୍ରତଶିତ ହ୍ରାସ ଏବଂ ଇନକ୍ରୀମେଣ୍ଟକୁ ଫ୍ରିଜ କରି ଦିଆଯାଇ ଥୁବର ଅଭିଯୋଗ ହୋଇଛି ।
ଏହାର ପ୍ରତିବାଦରେ ୨ହଜାରରୁ ଅଧିକ ଅଧକାରୀ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାର ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ
କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚଳାଇଥିବାର ଜଣାପଡିଛି । ଭୁଷଣ କାରଖାନା ଓଡିଆ ଓ ଅଣଓଡିଆ ଶ୍ରମିକ ମାନଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରି ତାରତମ୍ୟ ନିତୀ ଅବଲମ୍ବନ କରୁଥିଲା । ଏହାକୁ ପ୍ରତିବ।ଦ କରାଯିବା ସହିତ ଟାଟା ଷ୍ଟଲି ମେରାମଣ୍ଡଳୀ ଏହାର ସମାଧାନ କରିବାକୁ ପ୍ରତିଶୃ୍ତି ଦେଇଥିବା ବେଳେ ଟାଟା ଷ୍ଟଲି ମେରାମଣ୍ଡଳୀ ତାର ଅସଲ ରୂପ ଦେଖାଇଛି ।
ପ୍ରଥମ କରି କାରଖାନାର କାର୍ଯ୍ୟରତ ଅଧକାରୀ ମାନଙ୍କର
ପଦବୀରେ ଡିଗ୍ରେଡେସନ କରିଦେଇଛି । ଯେଉଁମାନେ ସିନିୟର ମ୍ୟାନେଜର ଥିଲେ ସେମାନଙ୍କ ଜୁନିଅର ମ୍ୟାନେଜର,ଯେଉଁମାନେ ବରଷ୍ଠି ଯନ୍ତ୍ରୀ ଥିଲେ ସେମାନଙ୍କୁ କନିଷ୍ଠ ଯନ୍ତ୍ରୀ ,ଏଭଳି ବିଭିନ୍ନ କ୍ଷେତ୍ରର ପଦବୀ ଗୁଡିକୁ ଡିଗ୍ରେଡେସନ କରିଦିଆଯାଇଛି ।
କେବଳ ସେତିକି ନୁହେଁ ଦରମାରେ ୧୦ ପ୍ରତିଶତ ହ୍ରାସ କରିଦେଇଛି ଏବଂ ପ୍ରତିବର୍ଷ ହେଉଥିବା ବାର୍ଷକି ଇନକ୍ରୀମେଣ୍ଟକୁ ଫ୍ରିଜ କରିଦିଆଯାଇଛି । ଫଳରେ ଅଧିକାରୀ ମାନଙ୍କର ଦରମା ବୃଦ୍ଧି ହେବାତ ଦରୂର କଥା ଏହାକୁ ନେଇ କାରଖାନରେ ଅସନ୍ତୋଷର ନିଆଁ ଜଳିବାରେ ଲାଗିଛି ।
ସେହିପରି ଆଇଆଇଟିଏବଂ ଏନଆଇଟି ପାସ କରିଥିବା ଅଧିକ।ରୀଙ୍କୁ ଅଧିକ ଦରମା ପ୍ରଦାନ କରାଯାଉଥିବାର ମଧ୍ୟ ଜଣାପଡିଛି । ଏହାକୁ ନେଇ ଶୁକ୍ରବାର ଦିନ ୨ହଜାରରୁ ଅଧିକ ଅଧିକାରୀ ସକାଳ ଦଶଟା ଠାରୁ ସମସ୍ତ କାର୍ଯ୍ୟ ବନ୍ଦକରି ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାର ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଏବଂ ଆନ୍ଦୋନଳ କରିଥିଲେ । ଏହି ଆନ୍ଦୋଳନ ସକାଳ ଦଶରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲଥିଲେ। ଆନ୍ଦୋଳନକୁ ନେଇ କାରଖାନାର ସିଇଓ ପହଁଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିବା ସହିତ , ଏ ଘଟଣା ୭ ଦନି ମଧ୍ୟରେ ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ।
ଆଧିକାରୀ ମାନେ ଏ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ କୁ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଏଭଳି କାର୍ଯ୍ୟ କାରଖାନାର ପଦାଧିକା ରୀଙ୍କ ହୀନମନ୍ୟତା ଏବଂ ଅପାରଗତା ବୋଲି ଆଲୋଚନା ହେଉଛି । କାରଖାନାର ଏଭଳି କାର୍ଯ୍ୟକୁ ନେଇ କାରଖାନା ବାହାରେ ଏବଂ ଭିତରେ ଅସନ୍ତୋଷର ନିଆଁ ଜଳିବାରେ ଲାଗଛି ।