News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ଆପାଦକାଳୀନ ମକ୍ ଡ୍ରିଲ ଅନୁଷ୍ଠିତ

ବିପଦପୂର୍ଣ୍ଣ ସମୟର ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଏକ ଅନ୍‌ସାଇଟ୍ ଆପାଦକାଳୀନ ମକ ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି ମକ୍ ଡ୍ରିଲରେ ଢେଙ୍କାନାଳ ଜିଲ୍ଲା କ୍ରାଇସିସ୍ ଗ୍ରୁପ୍‌ର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଢେଙ୍କାନାଳ ଜୋନ୍ ଫେକ୍ଟ୍ରିଜ୍ ଆଣ୍ଡ ବଏଲର୍ସ (ଏଫ୍ ଆଣ୍ଡ ବି) ବିଭାଗର ସହକାରୀ ନିର୍ଦ୍ଦେଶିକା ଇଞ୍ଜିନିୟର ପୁଷ୍ପାମିତ୍ରା ଜେନା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅନୁଗୋଳ ଜୋନ୍‌ର ଆଂଚଳିକ ଅଧିକାରୀ ଡଃ ଅନୁପ ମଲ୍ଲିକ୍‌, ଢେଙ୍କାନାଳର ସହକାରୀ ଅଗ୍ନିଶମ ଅଧିକାରୀ ସୁମନ୍ତ କେ ଖମାରୀ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନେ ଏହି ମକ୍‌ଡ୍ରିଲ୍‌ରେ ଉପସ୍ଥିତ ଥିଲେ ।

“କୋକ୍ ଓଭନ୍‌ର ଗ୍ୟାସ ହୋଲଡ଼ରର ଇନ୍‌ଲେଟ୍ ହେଡରର ଫ୍ଲେଞ୍ଜ୍‌ରୁ ଗ୍ୟାସ ନିର୍ଗମନ” ର ସମ୍ଭାବ୍ୟ ବିପଦର ମୁକାବିଲା ଉପରେ ଏହି ଆପାଦକାଳୀନ ମକ୍ ଡ୍ରିଲ୍‌ର ଆୟୋଜନ କରାଯାଇଥିଲା । ଅନ୍‌ସାଇଟ୍ ଆପାଦକାଳୀନ ପ୍ରସ୍ତୁତି ଯୋଜନା (ଓଏସ୍‌ଇପି) ଅନୁସାରେ ବିଭିନ୍ନ ଟିମ୍ ଗଠନ କରାଯାଇଥିବା ବେଳେ ସେମାନେ ଆପାଦକାଳୀନ ପରିସ୍ଥିତିକୁ ପ୍ରତିହତ କରିବାର ବିଶେଷ ଉପାୟ ପ୍ରଦର୍ଶିତ କରିଥିଲେ ।

ଇଞ୍ଜିନିୟର ପୁଷ୍ପାମିତ୍ରା ଜେନା ଟିଏସ୍‌ଏମ୍ ପରିଚାଳନା କର୍ତୃପକ୍ଷଙ୍କୁ ଆପାଦକାଳୀନ ପ୍ରସ୍ତୁତିର ସତର୍କତାମୂଳକ ପ୍ରଦର୍ଶନକୁ ପ୍ରଶଂସା କରିବା ସହିତ ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ନିଜ ପରାମର୍ଶ ଦେଇଥିଲେ । ସେହିପରି ଡଃ ଅନୁପ ମଲ୍ଲିକ୍ ଏଭଳି ସମସ୍ତ ସମ୍ଭାବ୍ୟ ଆପାଦକାଳୀନ ପରିସ୍ଥିତିରେ ସମାନ ପ୍ରଭାବୀ ପଦକ୍ଷେପ ନେବାକୁ ମତ ଦେଇଥିଲେ ।

ସ୍ଥାନୀୟ କମ୍ପାନୀ ଯଥା ନାଭା ଲିମିଟେଡ଼ ଏବଂ ଜିଏମ୍‌ଆର ଲିମିଟେଡ଼ର ପ୍ରତିନିଧିମାନେ ମଧ୍ୟ ଏହି ମକ୍ ଡ୍ରିଲରେ ଅଂଶଗ୍ରହଣ କରିଥିଲେ ।ଟାଟା ଷ୍ଟିଲ ମେରାମଣ୍ଡଳୀ କୋକ୍ ପ୍ଲାଣ୍ଟ ଚିଫ୍ ବିରେନ୍ଦ୍ର ସିଂହ, କୋକ୍ ଓଭନ୍ ବିଭାଗ ହେଡ଼ ପୁଷ୍ପେନ୍ଦ୍ର କୁମାର, କୋକ୍ ଓଭନ୍‌-୨ ଏମ୍‌ଏଚ୍‌ଏସ୍ ଏବଂ ସିଡିକ୍ୟୁ ବିଭାଗ ହେଡ଼ ଅଜିତ କୁମାର ସିଂହ, ଆଇଏମ୍ ଇଲେକ୍‌ଟ୍ରିକାଲ ମେଂଟେନାନ୍ସ ବିଭାଗ ହେଡ଼ ଦିପାନ୍‌କର ସେନ୍‌ଗୁପ୍ତା, ଆଇଏମ୍ ମେକାନିକାଲ ମେଂଟେନାନ୍ସ ବିଭାଗ ବରିଷ୍ଠ ପ୍ରବନ୍ଧକ ମଞ୍ଜୁନାଥ ଏନ୍ ଗୌଡ଼ର, କୋକ୍ ଓଭନ୍‌-୧ ଉପ-ଉତ୍ପାଦ କାରଖାନା ବରିଷ୍ଠ ପ୍ରବନ୍ଧକ ବନ୍ଦେସ୍ କୁମାର ମହାନ୍ତି ଓଏସ୍‌ଇପିର ପ୍ରମୁଖ ଅଧିକାରୀ ଭାବେ ଏଥିରେ ଅଂଶଗ୍ରହଣ କରିଥିଲେ ।

ଟାଟା ଷ୍ଟିଲ ମେରାମଣ୍ଡଳୀ ନିରାପତା ବିଭାଗ ଚିଫ୍ ଅଗମ କୁମାର ଏବଂ ପ୍ରକ୍ରିୟାଗତ ନିରାପତା ବିଭାଗ ହେଡ କୁମାର ବରୁଣ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

new life
You might also like
error: Content is protected !!