News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜେ ଏନ୍ ଟାଟାଙ୍କ ୧୮୩ତମ ଜନ୍ମବାର୍ଷିକୀ ପାଳିତ

ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏହାର କାରଖାନାରେ ଜାମସେତ୍‌ଜୀ ନସେରୱନ୍‌ଜୀ ଟାଟାଙ୍କ ୧୮୩ତମ ଜନ୍ମବାର୍ଷିକୀ ଅବସରରେ ଟାଟା ଗ୍ରୁପ୍‌ର ପ୍ରତିଷ୍ଠାତା ଦିବସ ପାଳନ କରାଯାଇଛି ।

ଦେଶରେ ଶିଳ୍ପାୟନର ଜନକ ଭାବେ ପରିଚିତ ଜେ ଏନ୍ ଟାଟାଙ୍କୁ ଟାଟା ଷ୍ଟିଲ ମେରାମଣ୍ଡଳୀର ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ଅବସରରେ ଆବାସିକ କଲୋନୀ ଓ କାରଖାନା ପରିସରରେ ଆକର୍ଷଣୀୟ ଲାଇଟ୍ ଡେକୋରେରସନ୍ ସହିତ ଏହି ଉତ୍ସବ ପାଳନ କରାଯାଇଥିଲା । ଏହାସହିତ କମ୍ପାନୀର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଆଥଲେଟିକ୍ସ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା ।

ଗୁଜରାଟର ନଭସାରୀର ଏକ ପାର୍ସି ପୁରୋହିତ ପରିବାରରେ ଜନ୍ମଗ୍ରହଣ କରିଥିବା ଜେ ଏନ୍ ଟାଟା, ଟାଟା ଷ୍ଟିଲ ସମେତ ଅନେକ କମ୍ପାନୀର ମୂଳଦୁଆ ସ୍ଥାପନ କରିଥିଲେ, ଯାହା ପରେ ଟାଟା ଗ୍ରୁପ୍‌ର ଏକ ଅଂଶ ହୋଇଥିଲା । ଜେ ଏନ୍ ଟାଟା ପ୍ରକୃତରେ ଏକ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ, ଯିଏ ସମୟଠାରୁ ଆଗରେ ରହି କଳ୍ପନା କରିପାରୁଥିଲେ । ୧୮୩ ବର୍ଷ ପୂର୍ବେ ଜନ୍ମ ନେଇଥିବା ତାଙ୍କର କାର୍ଯ୍ୟପ୍ରଣାଳୀ ଦେଶରେ ଶିଳ୍ପାୟନକୁ ଏକ ନୂଆ ରୂପ ଦେଇପାରିଥିଲା ।

new life
You might also like
error: Content is protected !!