News
WhatsApp Image 2023-10-04 at 17.25.00
samparksetu

ଫୁଟବଲ ଖେଳକୁ ନେଇ ଗୋଷ୍ଠୀ କନ୍ଦଳ

ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଆଇଜିଆଇଟି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ । ଚତୁର୍ଥ ବର୍ଷର ଛାତ୍ର ଏବଂ ତୃତୀୟ ବର୍ଷ ଛାତ୍ର ମଧ୍ୟରେ ଗୋଷ୍ଠୀ କନ୍ଦଳ ଶ୍ରୁଷ୍ଟି ହୋଇଥିଲା ।

ମଙ୍ଗଳବାର ଦିନ ଫୁଟବଲ ଖେଳକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ପରେ ହାତାହାତି ହୋଇଥିଲା । ପରେ ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀର ଛାତ୍ରଙ୍କୁ ବୁଝାସୁଝା କରିଥିଲା, ପରେପରେ ଶାନ୍ତିଶୃଙ୍ଖଳା କୁ ଦୃଷ୍ଟିରେ ରଖି କଲେଜରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏହାସହ ହଷ୍ଟେଲକୁ ତୁରନ୍ତ ଖାଲି କରିବା ପାଇିଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଓ କଲେଜ ପ୍ରଶାସନ ଉପସ୍ଥିତିରେ ହଷ୍ଟେଲ କ୍ୟାମ୍ପସ ଖାଲି କରାଯାଉଛି ।

ଏହି ଘଟଣାରେ କିଛି ବାଇକ୍ ଭାଙ୍ଗିରୁଜି ଯାଇଥିବା ସହ କିଛି ଛାତ୍ର ଆହତ ମଧ୍ୟ ହୋଇଛନ୍ତି । ଅନ୍ୟପଟେ ହଷ୍ଟେଲ ଖାଲିକୁ ପ୍ରତିବାଦ କରି କିଛି ବାହାର ରାଜ୍ୟର ଛାତ୍ର ଧାରଣାରେ ବସିଥିବାର ସୂଚନା ମିଳିଛି ।

new life
You might also like
error: Content is protected !!