News
WhatsApp Image 2023-10-04 at 17.25.00
samparksetu

ଚିନ୍ତା ବଢ଼ାଉଛି ଥର୍ମୋକୁଲ ପ୍ଲେଟ

ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ପରିବେଶ ବ୍ୟାପକ ପ୍ରଦୂଷଣ ହେଉଥିବା ବେଳେ ବୋଝ ଉପରେ ଲଳିଲା ବିଡା ସାଜିଛି ଥର୍ମୋକୁଲ ପ୍ଲେଟ । ଏହି ପ୍ଲେଟ ପରିବେଶ ପାଇଁ କ୍ଷତିକାରକ କାରଣ ଏହା ମାଟିରେ ମିଶିନଥାଏ କିମ୍ବା ପାଣିରେ ମିଶ୍ରଣ ହୋଇପାରିନଥାଏ ।

ସୂଚନା ଅନୁଯାୟୀ କେନ୍ଦ୍ର ସରକାର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ଆଇନ ୨୦୧୬ କାର୍ଯ୍ୟକାରୀ କରିଛନ୍ତି । ଏହି ଆଇନ ଅନୁଯାୟୀ ୫୦ମାଇକ୍ରନ କିମ୍ବା ତା ଠାରୁ କମ୍‌ ମୋଟେଇ ବିଶିଷ୍ଟ ପ୍ଲାଷ୍ଟିକ କ୍ୟାରିବ୍ୟାଗକୁ ନିଷିଦ୍ଧ କରାଯାଇଛି । ତେବେ ଗୁଟଖା ପ୍ୟାକେଜିଂ, ସେଲିଂ ଓ ଷ୍ଟୋରିଂ ପାଇଁ ବ୍ୟବହୃତ ପାଉଚ ପ୍ରସ୍ତୁତ ନିମନ୍ତେ ପ୍ଲାଷ୍ଟିକ ସାମଗ୍ରୀକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏହି ନିୟମ ସବୁ ରାଜ୍ୟ ପାଇଁ ସମାନ ଭାବେ ଲାଗୁ କରାଯାଇଛି ।

ସେହିପରି ଏହି ଥର୍ମୋକୁଲ ପ୍ଲେଟ ଦୈନନ୍ଦିନ ଵ୍ୟଵହୃତ ସାମଗ୍ରୀ ରେ ପରିଣତ ହେବାରେ ବସିଛି । ଯେକୋୖଣସି ଭୋଜିଭାତ ହେଉ କିମ୍ବା ହେଉ କୌଣସି କାର୍ୟ୍ଯକ୍ରମ ବା ହେଉ ଦହିବରା ଏବଂ ଜଳଖିଆ ଦୋକାନୀ ସବୁଠାରେ ଏହି ଥର୍ମୋକୁଲ ପ୍ଲେଟ ନିଜର ପତିଆରା ବିଛାଇ ରଖିଥାଏ । ଆଜିର ଦରଦାମ କୁ ସୁହାଇଲା ଭଳି ଦାମ ତା ସାଙ୍ଗକୁ ଆଵଶ୍ୟକଠାରୁ ଅଧିକ ହାଲୁକା ହୋଇଥିବାରୁ ଏହା ସଭିଙ୍କ ପ୍ରଥମ ପସନ୍ଦ ପାଲଟିଛି ।

ଅନ୍ୟପଟେ ପରିବେଶ ପାଇଁ କ୍ଷତିକାରକ କାରଣ ଏହା ମାଟିରେ ମିଶିନଥାଏ କିମ୍ବା ପାଣିରେ ମିଶ୍ରଣ ହୋଇପାରିନଥାଏ । ଯାହାଫଳରେ ବ୍ୟବହାର ପରେ ଏଣେତେଣେ ପଡି ଶେଷକୁ ଡ୍ରେନରେ ପଡି ରହିଥାଏ ହେଲେ ନାମିଷେ ନା ସଢେ ତେଣୁ ଡ୍ରେନରେ ପଡିପଡି ବାଧକ ସୃଷ୍ଟି ହୋଇଥାଏ । ବେଳେ ବେଳେ ଏତେ ମାତ୍ରରେ ବାଧକ ହୁଏଯେ ଏହା ଏକ ବିଶାଳ ପର୍ବତ ରୂପ ନେଇଥାଏ ଏବଂ ଡ୍ରେନ ପାଣି ରାସ୍ତା ଉପରେ ବୋହିଥାଏ ତ କାହା ଘରଭିତରେ ପସିଥାଏ ।

ବିଗତ ଦୁଇଦିନ ତଳେ ହୋଇଥିବା ବର୍ଷାରେ ହାଟରୋଡ଼ ନିକଟରେ ଏହି ଥର୍ମୋକୁଲ ପ୍ଲେଟ ଜାମ ହୋଇ ଡ୍ରେନ ପାଣି ଏଣେ ତେଣେ ବୋହିଥିବା ବେଳେ ସେହି ଦୃଶ୍ୟ ସହରର କେନ୍ଦ୍ରସ୍ଥଳ କୁଞ୍ଜକାନ୍ତ ରେ ଦେଖିବାକୁ ମିଳିଥିଲା । ଏଠାକୁ ଆସୁଥିବା ବିଭିନ୍ନ ବୁଲାବିକାଳୀ ଙ୍କ ଦ୍ଵାରା ଏହି ପ୍ଲେଡ଼ ବ୍ୟବହୃତ ହୋଇଥାଏ ଏବଂ ବ୍ୟବହାର ପରେ ଏଣେତେଣେ ପଡି ରହିଥାଏ । ଡଷ୍ଟବିନ ନଥିବାରୁ ତାହାକୁ ଏଣେତେଣେ ଫୋପାଡ଼ିଥାନ୍ତି ଏବଂ ପରେ ପରେ ଏହା ଡ୍ରେନରେ ପଡିଥାଏ ।

ତେବେ ଯେଭଳି ସହର କୁ ଆଗମନ ସମୟରେ ବିଭିନ୍ନ ଟିକସ ଦେଇ ଏମାନେ ଆସିଥାନ୍ତି ସେହିଭଳି ଏନେଇ ସଚେତନ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏଭଳି ସମସ୍ୟାକୁ ଏଡାଯାଇ ପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଧରିଥିବା ବେଳେ ଡ୍ରେନ ଗୁଡିକ ସଠିକ ଭାବେ ସଫା ନହେବା ଏବଂ ଡଷ୍ଟବିନ ଅଭାବରୁ ଏଭଳି ସମସ୍ୟା ଉପୁଜିଥିବାର ନେଇ ଅଞ୍ଚଳବାସୀ ନିଜ ମତାମତ ଦେଇଛନ୍ତି ।

new life
You might also like
error: Content is protected !!