ଗତ ୨୧.୧୨.୨୦୨୦ ଅପରାହ୍ନ ୧.୩୦ ସମୟରେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଣ୍ଟାଣାଳୀ ବାଇପାସ ନିକଟରେ ଥିବା ଜଣେ ମହିଳା ଟେଲର ଦୋକାନୀ ଙ୍କ ଠାରୁ କିଛି ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ତାଙ୍କ ସୁନାଚେନ୍ ଲୁଟ କରିନେଇଥିଲେ । ତେବେ ଏନେଇ ମହିଳା ଜଣଙ୍କ ଟାଉନ ଥାନାରେ ଏତଲା ଦେଇଥିଲେ ।
ଏତଲାକୁ କେନ୍ଦ୍ରକରି ଟାଉନ ଥାନା ପୋଲିସ୍ ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲା । ତେବେ ଦୀର୍ଘଦିନ ପରେ ପୋଲିସ୍ କବଜା ରେ ଲୁଟେରା । ୨ ଲୁଟେରାଙ୍କୁ ଗିରଫ କରିଛି ଟାଉନ ପୋଲିସ୍ ତେବେ ତାଙ୍କଠାରୁ ଏକ ଖେଳଣା ବନ୍ଧୁକ ମଧ୍ୟ ଜବତ କରାଯାଇଛି ଏପରିକି ସୁନାଚେନ ରଖିଥିବା ଆଉଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ।