News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତ ଙ୍କ ମଧ୍ୟରୁ ୩୪ ଜଣ ଘରୋଇ ସଙ୍ଗରୋଧରୁ ଏବଂ ୮ ଜଣ ମେଡ଼ିକାଲ ରୁ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଲକ ୧୦ ଜଣ ଙ୍କ ମଧ୍ୟରୁ ରାଇଡ଼ିହି, ତରଭା, ଗୋହିରାଖାଲ, ଗୋବିନ୍ଦପୁର , ବାଲ୍ୟାମ୍ବା, ମଙ୍ଗଳପୁର, ବେଗୁଣିପାଳ, ମଙ୍ଗଳପୁର, ପର୍ବତିଆ, ସିଆରିଆ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଗଁଦିଆ ବ୍ଲକ ମହୁଲଖୋଲି, ଗଁଦିଆ, ବାରଦା ରୁ ୨ ଲେଖାଏଁ, ଅନ୍ନପୁର, ବିଧାରପୁର, ଜମୁସରା ଓ ଲତାଦେଇପୁର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟି ର କୋରିଆଁ , ଷ୍ଟେସନବଜାର, ଚାନ୍ଦବାଲି ସାହି, ଖମାର ସାହି, ଭଗବାନ ପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ହିନ୍ଦୋଳ ବ୍ଲକ କଳନ୍ଦା,ପତଳୁ, ଗଣ୍ଡାନାଳି, ଖଲିବୋରେଇ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କାମାକ୍ଷାନଗର ଜକା ଓ ବାଉଁଶପାଳରୁ ଜଣେ ଲେଖାଏଁ , ପରଜଙ୍ଗ ବ୍ଲକ କଣ୍ଢେଇଖୋଳ ଓ ପରଜଙ୍ଗରୁ ଜଣେ ଲେଖାଏଁ, କାମାକ୍ଷା ନଗର ଏନଏସି ରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।
ଭୁବନ ବ୍ଲକ ଲୋକପାଳି ଓ ଆଦିପୁର ରୁ ଜଣେ ଲେଖାଏଁ, କଙ୍କଡ଼ାହାଡ଼ ବ୍ଲକ ଓ ହିନ୍ଦୋଳ ଏନଏସି ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ମେଡ଼ିକାଲ ରୁ ୩ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଜିଲ୍ଲାରେ ୫୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ସମୁଦାୟ ସୁସ୍ଥ ଙ୍କ ସଂଖ୍ୟା ୧୬୨୪୧ ରେ ପହଁଚିଛି ଏବଂ ବର୍ତ୍ତମାନ ସୁଦ୍ଧା ୭୪୫ ଜଣ ଚିକିତ୍ସାଧୀନ ଅଛନ୍ତି ।

new life
You might also like
error: Content is protected !!