News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତ ଙ୍କ ମଧ୍ୟରୁ ୬୦ ଘରୋଇ ସଂଗରୋଧ ରୁ ଏବଂ ୯ ଜଣ ମେଡ଼ିକାଲ ରୁ ଚିହ୍ନଟ ।

ସୂଚନା ଅନୁଯାୟୀ ପରଜଙ୍ଗ ବ୍ଲକ ୧୯ ଆକ୍ରାନ୍ତ ଙ୍କ ମଧ୍ୟରୁ ଭେଜିଆ ରୁ ୬ ଜଣ କମରଡା ରୁ ୪, ନାରଣପଡା ଓ ଜୟପୁରା କାଟେଣି ରୁ ୨ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଦୋମଳ, ରାଣୀପୁର ଓ ପରଜଙ୍ଗ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଓଡ଼ାପଡା ବ୍ଲକ ଗୋବିନ୍ଦପ୍ରସାଦ ରୁ ୧୩, କାଣ୍ଡବିନ୍ଧା , ପାନମୂର୍ଗା, ବେସାଳିଆ, କୁସୁପଙ୍ଗା ଓ ଇନ୍ଦିପୁର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟି ର ମୁଖ୍ୟ ଚିକିତ୍ସାଳୟରୁ ଜଣେ, ଦେଉଳସାହି ରୁ ୫ , ଗାୟତ୍ରୀ ନଗରରୁ ୨, ଗଣେଶ ବଜାର, ଭଗବାନ ପୁର, ମହାବୀର ବଜାର, ଦକ୍ଷିଣକାଳୀ, ଗୁଡ଼ିଆନାଳି ଖମାରସାହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଗଁଦିଆ ବ୍ଲକ ବାରଦା ରୁ ୨, ଷଡ଼ଙ୍ଗୀ, କୁସିଡା, ବାଙ୍ଗାଲୌ, ମହୁଲଖୋଲି ଓ ଲାହାଡ଼ା ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ସଦର ବ୍ଲକ ବାଲ୍ୟମ୍ବା ରୁ ୨, ଆଛନ୍ଦ, କେସେରିଆ ରୁ ଜଣେ ଲେଖାଏଁ, ଭୁବନ ବ୍ଲକ ଜୟପୁରା ଓ ମୁରୁଗା ରୁ ଜଣେ ଲେଖାଏଁ, କାମକ୍ଷା ନଗର ବ୍ଲକ ସାଳପଡା ଓ କନ୍ତିଓକାଟେଣୀ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକ ଇଲିରସିଙ୍ଗା ରୁ ଜଣେ କାମାକ୍ଷାନଗର ଏନଏସି ରୁ ଜଣେ ଏବଂ ଅନ୍ୟ ହସ୍ପିଟାଲରୁ ଜଣେ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ କାମାକ୍ଷାନଗର ବ୍ଲକ ରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଏବଂ ଗଁଦିଆ ବ୍ଳକ ର ୩୪ ବର୍ଷୀୟ ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ଘଟିଛି ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୬୦ ରେ ପହଁଚିଥିବା ବେଳେ ୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୭୦୬ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

new life
You might also like
error: Content is protected !!